ଜୁନାଗଡ, ୧୯/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଦୁର୍ନୀତି ଓ ଭଷ୍ଟାଚାରମୁକ୍ତ ନୂତନ ଓଡିଶା ଗଠନ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ ର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚ ପ୍ଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଯାନ ର ରାଜ୍ୟ ଆବାହକ ଶ୍ରୀମାନ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇଥିଲେ ସମ୍ମାନୀୟ ଅତିଥି ଭାବରେ ଯୁଗ୍ମ ଆବାହକ ଶ୍ରୀମାନ ଶ୍ରୀକାନ୍ତ ପାକଲ , ଥୁଆମୁଲ ରାମପୁର କଲେଜ ଅଧ୍ୟକ୍ଷ ଶିକ୍ଷାବିତ ସତ୍ୟନାରାୟଣ ମୁଣ୍ଡଚିନ୍ନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଧୁ ମହାନନ୍ଦ, ଆଇନ ଜିବୀ ଓ ସମାଜ ସେବୀ ଦୁର୍ଗା ପ୍ରସାଦ ନାୟକ, ଆଇନ ଜିବୀ ଓ ଯୁବ ସେବୀ ଚିତ୍ତରଞ୍ଜନ ନିଆଲ,
ସାମ୍ବାଦିକ ଆଦିତ୍ୟ ମହାନ୍ତି ଯୋଗଦାନ କରିଥିଲେ । କେମିତି ସାଧାରଣ ଜନତା ଲୁକ୍କାୟିତ ତଥ୍ୟ ଜାଣିପାରିବେ ସୂଚନା ଅଧିକାର ଆଇନ ର କିଭଳି ସତ ବିନିଯୋଗ କରିବେ ଧାରା ୬ ଧାରା ୮ ଧାରା ୧୯ କଣ ଏଦିଗରେ ଓସା ର ଆବାହକ ତାଲିମ ପ୍ରଦାନ କରିଥିଲେ । ଉକ୍ତ ମହା ସମ୍ମିଳନୀ ରେ କଳାହାଣ୍ଡି ଜିଲ୍ଲାର ଅନେକ ପ୍ରାନ୍ତରୁ ବହୁ ସମାଜିକ କର୍ମୀ, ଆଇନ ଯିବି, ସାମ୍ବାଦିକ , ଅଦିବକ୍ତା , ଶିକ୍ଷ୍ୟାବିତ, ରାଜନୀତିଜ୍ଞ ଉପସ୍ଥିତ ରହି ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ସୂଚନା ଅଧିକାର କର୍ମୀ ତୁଳସିରାମ ଛତ୍ରୀଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମ ରେ ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିଲେ । ନିକୁଞ୍ଜ ବିହାରୀ ଚଲାନ, ସୁବୋଧ କୁମାର ରଣା, ନରେନ୍ଦ୍ର କ୍ଷିତି, ହେମନ୍ତ ନାୟକ, କ୍ଷୀର ସିନ୍ଧୁ ଗହୀର ପ୍ରମୂଖ ସହଯୋଗ କରିଥିଲେ ।
