ଗରଦପୁର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ବିଭିନ୍ନ ବିଭାଗରେ ପରୀକ୍ଷା ପାଇଁ ୩୪୬ ଜଣ ନାମ ପଂଜିକୃତ କରିଥିଲେ । ବ୍ଲକ୍ ପକ୍ଷରୁ ସହାୟକ କେନ୍ଦ୍ର ଖୋଲାଯାଇ ଅସ୍ଥି ଶଲ୍ୟ , ମାନସିକ ଅନଗ୍ରସର , ଶ୍ରବଣ ଶକ୍ତି , ଦୃଷ୍ଟି ବାଧିତ, ଭିନ୍ନକ୍ଷମ ପାଇଁ ଗ୍ରାମିଣ ଗୃହ ଏବଂ ରାସନ କାର୍ଡ଼ ସହିତ ବସ୍ ପାସ୍, ବିଆରଆଇ ଲୋନ୍ , ବାଣିଶୀ୍ର ସ୍କଲାରସିପ୍ , ମିଶନ କ୍ଷମତା , ସାମାଜୀକ ସୁରକ୍ଷା ଭତା , ବିବାହ ପ୍ରୋତ୍ସାହନ ରାଶି , ଥେରାପିକ୍ ସେବା ଆଦି ବିଭାଗରେ ଅଲଗା ଅଲଗା ଷ୍ଟଲ ରେ ନାମ ପଂଜିକରଣ କରାଯାଇଥିଲା । ବିଭିନ୍ନ ବିଭାଗର ବିଶେଷଜ୍ଞ ଡ଼ାକ୍ତର ମାନେ ଉପସ୍ଥିତ ରହି ପଂଜିକୃତ ଭୀନ୍ନକ୍ଷମ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ଏତଦବ୍ୟତିତ ଆୟୋଜିତ ଉଦଘାଟନୀ ଉତ୍ସବରେ କେନ୍ଦ୍ରପଡ଼ା ଜିଲା ଉପଖଣ୍ଡ ସାମାଜୀକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀ ମହାନ୍ତି , ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ଓ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଯୋଗଦେଇ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବେ ଭୀନକ୍ଷମ ମାନଙ୍କ ପାଇଁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ କୁ ହାତେଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜୀକ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ମନୋଜ ଦାସ, ସହାୟିକା ଶୁଭଶ୍ରୀ ନାୟକ, ବିକାଶ ସହାୟକ ଚୈତନ୍ୟ ବିଶ୍ୱାଳ, ବ୍ଲକ୍ ର ବଡ଼ବାବୁ ଅଶୋକ କୁମାର ବେଉରା ପ୍ରମୁଖ ପରିଚାଳନା କରିଥିଲେ ।