କବି ଡ. ନାରାୟଣ ପତିଙ୍କ ଯଶସ୍ୱିନି ପତ୍ରିକା ଉନ୍ମୋଚିତ

କେନ୍ଦ୍ରାପଡ଼ା,୧୪/୦୮/୨୦୨୫(ଓଡ଼ିଶା ସମାଚାର)- ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସ ସଭା ଗୃହରେ ବିଶିଷ୍ଟ ସମାଜ ସେବୀ କବି ଡ଼ ନାରାୟଣ ପତିଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା “ଯଶସ୍ୱିନି’ର ଶୁଭ ଉନ୍ମୋଚନ ହୋଇଯାଇଛି । ବର୍ତମାନର ସାମାଜିକ ସ୍ଥିତିକୁ ନେଇ ଭରପୁର ଆନନ୍ଦ ଦେଉଥିବା ଏହି ପତ୍ରିକାରେ ଅନେକ ମୂଲ୍ୟବାନ ଗଳ୍ପ କବିତା ସ୍ଥାନ ପାଇଛି ।

ଡ଼ ପତି ସମ୍ପ୍ରତି ମାନବାଧିକାର ସୁରକ୍ଷା ଆୟୋଗର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ସାହିତ୍ୟ, ଜ୍ୟୋତିଷ, ବାସ୍ତୁ ଶାସ୍ତ୍ର ଭିତିକ ଏବଂ ବିଭିନ୍ନ ସମାଜ ସେବାରେ ତାଙ୍କର ସଫଳ ଯୋଗଦାନ ପାଇଁ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ସମାଜସେବୀ ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବଉତ୍କଳ ସ୍ୱେଛାସେବୀ ସଂଗଠନର କର୍ମୀ ବସନ୍ତ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଜମଧର ସମବାୟ ସମିତି ସଭାପତି ଧରଣୀଧର ଦାସ , କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଜିତେନ୍ଦ୍ର ପ୍ରସାଦ ପାଗଳ, ଚିନ୍ମୟ ପ୍ରସାଦ ମହାନ୍ତି, ମାନସ କୁମାର ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଡ଼ ପତିଙ୍କ ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତିଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଭୂଷଣ ପତି, ମନୋଜ କୁମାର ରଣା, ଦୟାନନ୍ଦ ସେବାଶ୍ରମର ମୁଖ୍ୟ ପୁରୋଧା ମଦନ ମୋହନ ବେହେରା, ନାରାୟଣ ସ୍ୱାଇଁ, ଦ୍ୱିପକ କୁମାର ସାହୁ, ଚିତରଞ୍ଜନ ବେଜ୍, ସୁଶାନ୍ତ କୁମାର ମହାନ୍ତି, ଅଶୋକ କୁମାର ସାହୁ ପ୍ରମୁଖଙ୍କ ସମେତ ଏନୟୁଏସଏସର ସଂପାଦକ ବାଇଧର ବେହେରା ପ୍ରମୁଖ ପଚାଶରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ । ଡ଼ ପତି ତାଙ୍କ ପୁସ୍ତକ ଓ ମାନବିକ ଅଧିକାର ସଂପର୍କରେ ସ୍ୱବକ୍ତବ୍ୟ ରଖିଥିଲେ । ଶେଷରେ ଅକ୍ଷୟ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *