ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା : ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର

ଭୁବନେଶ୍ୱର,୧୪/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତିପତ୍ର ସ୍ବାକ୍ଷର କରି ଫେରିବା ପରେ ମନ୍ତ୍ରୀମଣ୍ତଳର ସଦସ୍ୟ, ବିଧାୟକ ଏବଂ ସାଧାରଣ ଜନତା ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଂଶସା କରିଛନ୍ତି।

ସେହିପରି , ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର। ଆୟୁଷ୍କାନ ଆରୋଗ୍ୟ ମନ୍ଦିରରେ ANMଙ୍କ ସହ ହେଲଥ ୱାର୍କର ରହିବେ। ଯୋଗ ଶିକ୍ଷକ ମଧ୍ୟ ରହିବେ, ପୂର୍ଣ୍ଣ ଭିତ୍ତିଭୂମି ରହିବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ। ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଚିକିତ୍ସା ସୁବିଧା ପାଇବେ। ସାରା ଦେଶରେ ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ରହିଛି। ଆୟୁଷ୍ମାନ ଭାରତରେ ପୁରୁଷଙ୍କୁ ୫ ଓ ମହିଳାଙ୍କୁ ୧୦ ଲକ୍ଷର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସବୁ ପଞ୍ଚାୟରେ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଖୋଲିବ। ଏଠାରେ ଏଏନଏମ୍ ଙ୍କ ସହ ହେଲଥ୍ ଓ୍ବାର୍କର ରହିବେ। ଯୋଗ ଶିକ୍ଷକ ମଧ୍ୟ ରହିବେ । ଏବଂ ଏଥିଲାଗି ପୂର୍ଣ୍ଣ ଭିତ୍ତିଭୂମି ରହିବ।  ଗତକାଲି କେନ୍ଦ୍ର ସରକାରଙ୍କ ସହ ଆୟୁଷ୍ମାନ୍ ଭାରତ ପାଇଁ ଏମଓୟୁ ସ୍ଵାକ୍ଷରିତ ହୋଇଛି। ଏଥିରେ କୋଟିଏ ୩ ଲକ୍ଷ ଲୋକ ସାମିଲ ହେବେ। ଏତେ ବଡ ଯୋଜନାରୁ ପୂର୍ବରୁ ଓଡିଶାବାସୀଙ୍କୁ ବଞ୍ଚିତ ରଖାଯାଇଥିଲା। ଏବେ ସେମାନଙ୍କୁ ନ୍ୟାୟ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *