କଟକ ଵାର ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ ପାଳନ 

କଟକ ସଦର, ୦୧/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ସର୍ବପୁରାତନ କଟକ ଵାର ଆସୋସିଏସନ୍ ପକ୍ଷରୁ ଆଜି ବୁଧବାର ଦିନ ପ୍ରତ୍ୟେକ ଓଡିଆଙ୍କ ପାଇଁ ଅସ୍ମିତା ଓ ସ୍ୱାଭିମାନର ଦିବସ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଆସୋସିଏସନ୍ କୁ ଦ୍ୱିତୀୟ ଥର ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଦିଲିପ କୁମାର ମହାପାତ୍ର ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ସହିତ ମଧୁବାବୁଙ୍କ ଭୁମିକା ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଗୋବର୍ଦ୍ଧନ ସ୍ୱାଇଁ, ଉପସଭାପତି ଅନାଦି ଚରଣ ସତପଥି, ସଂପାଦକ ଦିଲ୍ଲୀପ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ମହେନ୍ଦ୍ର ଲାଲ ଜେନା,ସହ ସଂପାଦକ ଶୈଵାଳିନୀ ମଲ୍ଲିକ, କୋଷାଧ୍ୟକ୍ଷ ଦେବାଶିଷ ମହାନ୍ତି, ପାଠାଗାର ସଂପାଦକ ମମତା ସ୍ୱାଇଁ ଙ୍କ ସମେତ ପୂର୍ବତନ ସଭାପତି ଦାମୋଦର ଦେଓ, ଗୁରୁପ୍ରସାଦ ଦାସ, ସସ୍ମିତା ଦେବତା, ନିତ୍ୟାନନ୍ଦ ପଣ୍ଡା, ଵିଜୟ କୁମାର ବସ୍ତିଆ, ଦିବ୍ୟ ଜୀବନ ମିଶ୍ର, କମଲଜିତ୍ ସିଂହ ପ୍ରମୁଖ ବହୁ ଆଇନଜୀବୀ ସାମିଲ ହୋଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।

 

Leave a Reply

Your email address will not be published. Required fields are marked *