ମାର୍କେଟ କମ୍ଲେକ୍ସ ଗୃହ ଉଦଘାଟିତ

କେନ୍ଦ୍ରାପଡ଼ା,୧୪/୦୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ସାହାସପୁର ଠାରେ ମାର୍କେଟ କମ୍ପ୍ଲେକ୍ସ ଗୃହ ମଙ୍ଗଳବାର ପବିତ୍ର ମକରସଂକ୍ରାନ୍ତୀ ଅବସରରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସରପଂଚ ସରୋଜିନୀ ନାୟକ ଓ ସମିତିସଭ୍ୟ ସରୋଜରଞ୍ଜନ ଜେନା ଅତିଥି ଭାବେ ଯୋଗଦେଇ ଏହି ମାର୍କେଟ କମ୍ପ୍ଲେକ୍ସ ଗୃହକୁ ଉଦଘାଟନ କରିଥିଲେ । ଏହି ମାର୍କେଟ କମ୍ପ୍ଲେକ୍ସରେ ନିର୍ମିତ ହୋଇଥିବା ୬ଟି ଦୋକାନ ଗୃହକୁ ଗଜେନ୍ଦ୍ର ପରିଡା, ନାଗମଣୀ ସାହୁ, ମାନଗୋବିନ୍ଦ ରାଉତ, ପ୍ରଭଞ୍ଜନ ବେହେରା, ଗୁରୁଦେବ ଜେନା ଓ ଶ୍ରୀନିବାସ ନାୟକଙ୍କୁ ଭଡାସୁତ୍ରରେ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱରୀ ଜେନା, ମନୋଜ ନାୟକ, ନିତ୍ୟାନନ୍ଦ ମହାନ୍ତି, ରାଜକିଶୋର ବିଶ୍ୱାଳ, ପଦନ ବେହେରା, ବବଲୁ ଜେନା, ନିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *