ଜାତୀୟ ଯୁବ ଦିବସ ପାଳିତ – ‘ଆତ୍ମହତ୍ୟା ନୁହେଁ, କୁହ ମୁଁ ଜୀବନ ଚାହେଁ ’

ଭୁବନେଶ୍ୱର,୧୨/୦୧/୨୦୨୫ (ଓଡ଼ିଶା ସମାଚାର)- ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସକୁ ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ତରଫରୁ ଏକ ସଚେତନତା ଅଭିଯାନ ଦ୍ୱାରା ‘ଆତ୍ମହତ୍ୟା ନୁହେଁ, କୁହ ମୁଁ ଜୀବନ ଚାହେଁ’ ସମାଜକୁ ଏକ ବାର୍ତା ପ୍ରଦାନ କରିଥିଲେ । ସ୍ୱେଚ୍ଛାସେବୀ ସେବାକେନ୍ଦ୍ରର ସ୍ୱେଚ୍ଛାସେବୀମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ରାଜମହଲ ଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ ।
ଏହି ଶୋଭାଯାତ୍ରାରେ ଲେଖିକା ସଂଯୁକ୍ତା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଜିର ଛାତ୍ର, କାଲିର ଭବିଷ୍ୟତ । ତେଣୁ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଆତ୍ମହତ୍ୟା ନୁହେଁ ବରଂ ଜୀବନ ଚାହେଁ ବାର୍ତାଟିକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ରୁକେୟା ଖାନ୍ ଯୋଗଦେଇ ଯୁବକମାନେ ନିଯୁକ୍ତି ପଛରେ ନ ଗୋଡାଇ ନିଜର ଦକ୍ଷତାକୁ ପ୍ରତିପାଦନ କଲେ, ନିଯୁକ୍ତି ତୁମ ପଛରେ ଗୋଡ଼ାଇବ ବୋଲି ପରାମର୍ଶ ଦେଇଥିଲେ । ସ୍ୱେଚ୍ଛାସେବୀ କେନ୍ଦ୍ରର ସଭାପତି ଡ. ରୀତା ପତି ଉପସ୍ଥିତ ରହି ଆଜିର ଯୁବ ସମାଜ ଚାପଗ୍ରସ୍ଥ ନହୋଇ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ, ସମାଜରେ ପରିବର୍ତନ ଆସିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ଲେଖିକା ସୁନନ୍ଦା ପ୍ରଧାନ ଯୋଗଦେଇ ସ୍ୱେଚ୍ଛାସେବୀ କେନ୍ଦ୍ରର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମକୁ ମେନକା ମିଶ୍ର ପରିଚାଳନା କରିଥିବା ବେଳେ ସମ୍ପାଦକ ବାପି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୀଣାପାଣି ବେହେରା, ଅସିତ ଜେନା, ସ୍ମୃତିରଞ୍ଜନ କାରୁଣିକ, ସନ୍ତୋଷ ସାହୁ, ରୁଚିସ୍ମିତା ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *