ଜାତୀୟ ଯୁବ ଦିବସରେ ରକ୍ତଦାନ ଶିବିର

ଭୁବନେଶ୍ୱର,୧୨/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଜାତୀୟ ଯୁବ ଦିବସ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲୁ୍ୟନ୍ଟାରୀ ୱାର୍କ ଓ ମିଶନ ରକ୍ତଦାତା ଆନୁକୂଲ୍ୟରେ ରବିବାର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ଜୀବନ ପଣ୍ଡା, ବିଶିଷ୍ଟ ସମାଜସେବୀ ହରପ୍ରସାଦ ମହାପାତ୍ର, ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ପ୍ରିୟଙ୍କା ସାହୁ, କ୍ଷୀରୋଦ କୁମାର ଜେନା, ତାପସ ଦେ, ସାଗର ସାହୁ, ସୀତାଂଶୁ ଶେଖର ଦାଶ, ଦୀପକ ନୟକ, ସତ୍ୟରଞ୍ଜନ ବେହେରା, ରବୀନ୍ଦ୍ର କୁମାର ସାହୁ, ମୀର୍ ଅହମ୍ମଦ ଅଲ୍ଲୀ, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
ଉପସ୍ଥିତ ଅତିଥିମାନେ ଏହି ରକ୍ତଦାନ ଶିବିରକୁ ପ୍ରଶଂସା କରିବା ସହ ରକ୍ତଦାନ ଜୀବନ ଦାନ, ରକ୍ତର ଅଭାବରୁ କାହରିକୁ ମରିବାକୁ ଦେବା ନାହିଁ, ରକ୍ତଦାନ ମହାପୂଣ୍ୟ ଆଦି ବାର୍ତାର ପ୍ରସାର ପ୍ରସାର ମାତ୍ରାଧିକ ହେଲେ ସମାଜରେ ଆହୁରି ଅନେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବେ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ସେହି ପରିମାଣରେ ରକ୍ତ ମହଜୁଦ ନଥିବାରୁ ଅନେକ ଥାଲାସେମିଆ ରୋଗୀ ମୃତୁ୍ୟବରଣ କରୁଛନ୍ତି, ତେଣୁ ଆଜିର ଯୁବସମାଜ ଏହାକୁ ହୃଦୟଙ୍ଗମ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ସମାଜସେବୀ ହରପ୍ରସାଦ ମହାପାତ୍ର ଏବଂ ମୀର ଅହମ୍ମଦ ଅଲ୍ଲୀ ନିବେଦନ କରିଥିଲେ । କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ସାହୁ, ମନୋଜ କୁମାର ସାହୁ, ଅଭିଲିପ୍ସା ଦାସ, ସିଲୁ ସାହୁ, ବିନୋଦ କୁମାର ରାଉତ, ପ୍ରଦୀପ ସାହୁ, ଗୁରୁପଦ ନାଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *