ସ୍ନେହ ତରଫରୁ ରେଷ୍ଟୋରେଟିଭ୍ ଜଷ୍ଟିସ୍ ସମ୍ପର୍କିତ ଆଲୋଚନାଚକ୍ର

ଭୁବନେଶ୍ୱର, ୧୧/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟ୍ ଫର୍ ନେଚର୍ ଏଜୁକେସନ୍ ଆଣ୍ଡ ହେଲଥ୍ (ସ୍ନେହ) ଦ୍ୱାରା ରେଷ୍ଟୋରେଟିଭ୍ ଜଷ୍ଟିସ୍ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠାନର ସମ୍ପ୍ରିତି ଭବନ – ଶାନ୍ତି ଓ ଦ୍ୱନ୍ଦ ତାଲିମ୍ କେନ୍ଦ୍ରରେ ଆଜି (ଜାନୁୟାରୀ ୧୧ ତାରିଖରେ) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଜିଲା ଓ ଦୌରାଜଜ ଡ଼. ବିଶ୍ୱଜିତ୍ ମହାପାତ୍ର ମୁଖ୍ୟ ଅତିଥି ଓ ଆଇନ୍ ପରାମର୍ଶ ଦାତା ଡ଼. ବିଜୟ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।ଓଡ଼ିଶାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ନାଗରିକ ସମାଜର ସଦସ୍ୟ, ଶିକ୍ଷାବିତ୍ ,ପୋଲିସ୍ ଅଧିକାରୀ, ଆଇନଜିବୀ, ମାନବ ଅଧିକାର କର୍ମକର୍ତା ଆଦି ଅନୁ୍ୟନ ୩୦ ଜଣ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମ ଆରମ୍ଭରେ ସ୍ନେହ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ଉଦଘାଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ । ଡ଼. ବିଶ୍ୱଜିତ୍ ମହାପାତ୍ର ସମୂହ ନ୍ୟାୟ ଏବଂ ଶାନ୍ତି ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ରେଷ୍ଟୋରେଟିଭ୍ ଜଷ୍ଟିସ୍ ର ଗୁରୁତ୍ୱ ରହିଛି ବୋଲି ଆଲୋକପାତ କରିଥିଲେ ।

ଆଇନଜିବୀ ନରେଶ ଜେନା ଛୋଟ ଘଟଣା ଗୁଡ଼ିକୁ ରେଷ୍ଟୋରେଟିଭ ଜଷ୍ଟିସ୍ ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ଆଲୋକପାତ କରିଥିଲେ । ଡ଼. ବିଜୟ ମହାପାତ୍ର ଆଇନ ପରାମର୍ଶ ଦାତା ରେଷ୍ଟୋରେଟିଭ୍ ଜଷ୍ଟିସ୍ କୁ କିପରି ଆପଣାଇ ପାରିବ ତାହା ଉପରେ ବିଭିନ୍ନ ଶୈଳୀ ମାଧ୍ୟମରେ ବୁଝାଇଥିଲେ ।
ସ୍ନେହ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀସୁବାଷ ପଣ୍ଡା,ସ୍ନେହ ଅନୁଷ୍ଠାନ ଦ୍ୱାରା ଚାଲିଥିବା ରେଷ୍ଟୋରେଟିଭ୍ ଜଷ୍ଟିସ୍ ପ୍ରକଳ୍ପ କିପରି ସୁଫଳ ହୋଇଛି ସେ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଉକ୍ତ ଅଧିବେଶନର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ସଂଚାଳନ କରିଥିବାବେଳେ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଶ୍ରୀ ଦିବାକର ମାହାଳି ଓ ସ୍ନେହ ଅନୁଷ୍ଠାନର କର୍ମକର୍ତାମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *