ପ୍ରବାସୀ ଭାରତୀୟ ଦିବସ ପାଳିତ

ଭୁବନ,୧୦/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ଠାରେ ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ଅବସରରେ ମହିଳା ମହାବିଦ୍ୟାଳୟ ରେ ୱାକଥନ୍,ମାରାଥନ ଓ ସାଇକ୍ଲୋଥନ୍ ଅନୁଷ୍ଠିତ ହେବା ସହିତ ପ୍ରବାସୀ ଭାରତୀୟ ଙ୍କ ସମ୍ବନ୍ଧରେ ପୋଷ୍ଟର ପ୍ରତିଯୋଗିତା,ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭୁବନ ଅଞ୍ଚଳର ବିଶିଷ୍ଟ ପାଲା ଗାୟକ କାଳନ୍ଦୀ ଚରଣ କୁଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାସୀ ଭାରତୀୟ ଙ୍କ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଡ଼ଃ ନମିତା ଦାଶ ,କ୍ୟାପଟେନ ପ୍ରମିଳା ଦାସ,ଅଧ୍ୟାପକ ଶୁଭେନ୍ଦୁ ବେହେରା,ସଙ୍ଗୀତ ନନ୍ଦ,ଦେବାଶିଷ ସେଠୀ, ଆମ୍ବୁଜ ସାହୁ ସହଯୋଗ କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ରାଉତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *