ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୨/୦୬/୨୦୨୫(ଓଡ଼ିଶା ସମାଚାର)- ଜିଲାର ପ୍ରତିଷ୍ଠିତ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ଆଇନ କଲେଜ କଲୋନୀ ସ୍ଥିତ ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ଜିଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ହୋଇଯାଇଛି । ଦିବସ ବ୍ୟାପି ଆୟୋଜିତ ଏହି ଉତ୍ସବର ଉଦ୍ଘାଟନୀ ପର୍ବ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା ।

ଉତ୍ସବକୁ ମୁଖ୍ୟ ଅତିଥି ରୂପେ ପାଟକୁରାର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଡେରାବିଶ ବିଡିଓ ନମିତା ବାରିକ ମୁଖ୍ୟବକ୍ତା ଭାବେ ପୂର୍ଣ୍ଣାଙ୍ଗ ମଣିଷ ଗଠନରେ କଳା ସଂସ୍କୃତିର ଉପଯୋଗିତା ବିଷୟରେ କହିଥିଲେ । ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମିଶ୍ର, ଅଧ୍ୟାପିକା ଜୟଶ୍ରୀ ଜେନା ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ପାଦକ ମହେନ୍ଦ୍ର କୁମାର ପଟ୍ଟନାୟକ ଅନୁଷ୍ଠାନର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରାଧ୍ୟାପକ ମୋହନ ଜେନାଙ୍କ ଚତୁର୍ଦ୍ଧଶ ପୁସ୍ତକ “ମୋହନ ବଂଶୀ” ଉନ୍ମୋଚିତ ହୋଇଥିଲା ।

ପରେ ପରେ ଓଡିଶୀ ନାଚ, ଓଡିଶୀ ସଂଗୀତ, ତବଲା ବାଦନ, ଚିତ୍ରକଳା, ବକ୍ତ୍ରୁତା ଆଦି ବିଭାଗରେ ଜିଲାର ବିଭିନ୍ନ କଳା ସଂସ୍କୃତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ସଂଗୀତଜ୍ଞ ରାଜେନ୍ଦ୍ର କୁମାର ସ୍ୱାଇଁ, ପ୍ରାଧ୍ୟାପକ ପ୍ରଭାକର ମଲ୍ଲିକ, ନ୍ରୁତ୍ୟଗୁରୁ ଜୟଶ୍ରୀ ଦାସ, ନ୍ରୁସିଂହ ଚରଣ ମହାରଣା, ରଞ୍ଜନ କୁମାର ସାହୁ ପ୍ରମୁଖ ମୂଲ୍ୟାୟନ କରିଥିଲେ ।

ଅପରାହ୍ଣରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରାଧ୍ୟାପକ ମୋହନ ଚରଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଓଡିଶୀ ନ୍ରୁତ୍ୟଗୁରୁ ରାଜଶ୍ରୀ ଚିନ୍ତକ ବେହେରା ମୁଖ୍ୟ ଅତିଥି, ସଂଗୀତ ନିର୍ଦ୍ଧେଶକ ଶରତ କୁମାର ନାୟକ ମୁଖ୍ୟବକ୍ତା ଓ ତବଲା ଗୁରୁ ସମୀରଞ୍ଜନ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବ୍ୟକ୍ତି, ଗୋଷ୍ଠୀ ତଥା ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ କଳା ସଂସ୍କୃତିର ଅମାପ ଶକ୍ତି ବିଷୟରେ ଅବତାରଣା କରିବା ସହ କ୍ରୁତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

ପଣ୍ଡିତ ପ୍ରତାପ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଧୁସୂଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋହନ ବଂଶୀ ନ୍ରୁତ୍ୟ ନାଟିକା ପରିବେଶିତ ହୋଇଥିଲା । ଏଥିରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା, ସଂଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ଆଦିକନ୍ଦ ରାଉଳ, ଆକାଶ ନାୟକ, ଅରବିନ୍ଦ ମିଶ୍ର, ରାମକୃଷ୍ଣ ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରବୀନ୍ଦ୍ର ପାତ୍ର, ପ୍ରଦୀପ ପରିଡା, ଦୀପକ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *