ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶୀର ଛନ୍ଦରେ ଛନ୍ଦାୟିତ ଓ ରଙ୍ଗାୟିତ ମୁକ୍ତାକାଶ ସାଂସ୍କୃତିକ ମଞ୍ଚ

ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଝଲସି ଉଠିଛି ମୁକ୍ତେଶ୍ୱର ମୁକ୍ତାକାଶ ସାଂସ୍କୃତିକ ମଞ୍ଚ। ଆଜି ଦ୍ୱିତୀୟ ଦିନର ପ୍ରଥମ ଚରଣରେ  ଶିବ ବନ୍ଦନା ଉପସ୍ଥାପନ କରିଥିଲେ ସୁକାନ୍ତ କୁମାର କୁଣ୍ଡୁ ଓ ସାଥୀ ବୃନ୍ଦ। ତାପରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ କଲିକତା ନୃତ୍ୟ ଶିଳ୍ପୀ ଡ. ପମ୍ପି ପଲ୍, ଦ୍ଵେତ କଥକ ନୃତ୍ୟ ପରିବେଷଣ କରିଥିଲେ ବେଙ୍ଗାଲୁରରୁ ଆସିଥିବା ନୃତ୍ୟଶିଳ୍ପୀ ନିରୁପମା ଓ ରାଜେନ୍ଦ୍ର ଏବଂ ପରିଶେଷରେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଶାଶ୍ୱତ ଯୋଶୀ ଓ ସାଥିଗଣ। ଭରପୁର ଦର୍ଶକରେ ମୁକ୍ତେଶ୍ଵର ପ୍ରାଙ୍ଗଣ ରଙ୍ଗାୟିତ ଏବଂ ଛନ୍ଦାୟିତ ହେଉଥିଲା। ଏହି ଉତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା ନୃତ୍ୟ ସହିତ ଚିତ୍ରକଳାର ଯୁଗଳବନ୍ଦୀ। ଏହି ଯୁଗଳବନ୍ଦୀର ମୁଖ୍ୟ ନାୟକ ଥିଲେ ଓଡ଼ିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ମାନସ ଜେନା। ଆଜି ଦ୍ୱିତୀୟ ଦିନର ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ପ୍ରଖ୍ୟାତ ଚଳଚିତ୍ର ବ୍ୟକ୍ତିତ୍ଵ ସବ୍ୟସାଚୀ ମହାପାତ୍ର ଓ ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ।

-0-

ଅମ୍ଳାନ ଦାସ,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *