ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟରେ ପ୍ରବାସୀ ଭାରତୀୟ ମାନଙ୍କ ସମ୍ମିଳନୀ ଚାଲିଛି ବିଭିନ୍ନ ରାଷ୍ଟ୍ରର ପ୍ରବାସୀ ମାନଙ୍କୁ ଆତିଥ୍ୟ ଦେବାକୁ ସଜେଇ ହୋଇଛି ରାଜଧାନୀ । କେନ୍ଦ୍ର ମନ୍ତ୍ରୀ ମାନଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓଡିଶା ଆସିବା କାର୍ଯ୍ୟକ୍ରମ ଅଛି କିନ୍ତୁ ଦୁଃଖର ବିଷୟ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀର ଦୁଃଖ ବୁଝିବାକୁ କାହାରି ପାଖରେ ଆନ୍ତରିକତା ନାହିଁ । ଅଦିନିଆ ବର୍ଷା ଯୋଗୁ ଓଡିଶାର ଚାଷୀ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଧାନ, ପନିପରିବା ଠାରୁ ଆରମ୍ଭ କରି ସବୁ ଫସଲ ନଷ୍ଟ ହୋଇଛି ଏପର୍ଯ୍ୟନ୍ତ ଅନେକ ଜିଲ୍ଲାର ମଣ୍ଡିରେ ପଡ଼ିରହିଛି ଧାନ ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ଚାଷୀ ଋଣ ଭାରରେ ବୁଡି ରହିଛନ୍ତି ଋଣ ଯୋଗୁ ନିକଟରେ କଛି ଚାଷୀ ଆତ୍ମହତ୍ୟା କରିଥିଲେ ସୁଦ୍ଧା ସରକାର କୌଣସି ଠୋସ ପଦକ୍ଷେପ ନନେବ ଦୁର୍ଭାଗ୍ୟର ବିଷୟ ।
ଅଦିନିଆ ବର୍ଷା,ଏଫକିଉ,ଏମଏସପି,ବୋନସ,କଟନୀ ଛଟନି,ବୀମା କମ୍ପାନୀ ଏବଂ ମିଲର ମାନଙ୍କ ସମସ୍ୟା ଯୋଗୁ ଚାଷୀକୁଳ ଏବେ ହତାଶ । ଓଡିଶାରେ ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ବାବଦରେ ଧାର୍ଯ୍ୟ ସରକାରୀ ସହାୟତା ରାଶି ଯାହା ହେକ୍ଟର ପିଛା ୧୫,୦୦୦ (ଜଳସେଚିତ) ଏବଂ ହେକ୍ଟର ପିଛା ୧୨,୦୦୦(ଅଣ-ଜଳସେଚିତ) ଚାଷୀଙ୍କ କ୍ଷତି ଭରଣା ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ନିୟମ ଅଟେ । ବହୁ ଆଗରୁ ଧାର୍ଯ୍ୟ ଏହି କ୍ଷତି ପୂରଣ ସହାୟତା ରାଶି ଏବେ ମଧ୍ୟ ସୀମିତ ହୋଇ ରହିଛି ଏମଏସପି ବଢିଛି ସେହିଭଳି ଭାବରେ ବିହନ,ସାର,କୀଟନାଶକ ସହିତ କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀର ଦରବୃଦ୍ଧି ହୋଇଥିବା ବେଳେ ଚାଷୀର କ୍ଷତିପୂରଣ ପାଇଁ ଧାର୍ଯ୍ୟ ସରକାରୀ ସହାୟତା ରାଶିର ବୃଦ୍ଧି ନହେବା ସରକାରଙ୍କ ଚାଷୀଙ୍କୁ ଧୋକା ବୋଲି ଅଭିଯୋଗ କରିଛି ସମାଜବାଦୀ ପାର୍ଟି ।
ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଶିବ ହାତି ଯାଦବ ଉଦବେଗ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ତାଙ୍କର ଓଡିଶା ଗ୍ରସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହ ଭାଗ ଚାଷୀଙ୍କୁ ଚି଼ହ୍ନଟ କରି ଉଚିତ କ୍ଷତିପୂରଣ ପ୍ରଦାନ କରିବା କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ବାବଦରେ ଧାର୍ଯ୍ୟ ସରକାରୀ ସହାୟତା ରାଶି ୧୫,୦୦୦ ପରିବର୍ତ୍ତେ ହେକ୍ଟର ପିଛା ୩୦,୦୦୦ ଏବଂ ସେହି ଅନୁପାତରେ ଅଣ ଜଳସେଚିତ ପାଇଁ ସହାୟତା ରାଶିକୁ ବୃଦ୍ଧି କରିବା ଓ ଚାଷୀଙ୍କ କୃଷିଋଣ ଛାଡ଼ ଘୋଷଣା କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି ।