ନିର୍ମାଣ ଶ୍ରମିକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ଇସ୍ରାଏଲର ଗାଜା ରେ ହେଉଥିବା ନରସଂହାର ଵିରୁଧରେ ବିକ୍ଷୋଭ

 କଟକ ସଦର,୨୧/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):  ଇସ୍ରାଏଲ ଦ୍ୱାରା ଗାଜା ରେ ଭୟଙ୍କର ଅମାନବୀୟ ନରସଂହାର ଓ ଧ୍ୱଂସ ଲୀଳା ତୁରନ୍ତ ବନ୍ଦ ତଥା ମିଳିତ ଜାତିସଂଘରେ ଇସ୍ରାଏଲର ଯୁଦ୍ଧ ବିରତି ପାଇଁ ଭାରତ ଚାପ ସୃଷ୍ଟି କରିବା ଦାବିରେ ଆଜି ଗୁରୁବାର ଦିନ ନିର୍ମାଣ ଶ୍ରମିକ ସଂଗଠନ ସମନ୍ବୟ ସମିତି ପକ୍ଷରୁ କଟକ ନୂଆପଡ଼ା ଠାରେ ଥିବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ପୀତାମ୍ବର ଲେଙ୍କା, ଖଗେଶ୍ବର ସେଠୀ, ହରିହର ମହାନ୍ତି, ଚିତ୍ତରଂଜନ ଵାରିକ, ହୃଦାନନ୍ଦ ଵାରିକ,ଅଜୟ ପରମାଣିକ,ସେକ୍ ଏ କମଲ,ରୋନାଲି ଦାସ,ଦେଵଦୁର୍ଲଭ ଦାସ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ  ।

Leave a Reply

Your email address will not be published. Required fields are marked *