ବିଶିଷ୍ଟ ଶିକ୍ଷାବିତ ସୁରେନ୍ଦ୍ର ମହାନ୍ତିଙ୍କ ପରଲୋକ  ରେ ଜନ୍ମଭୂମି ମାହାଙ୍ଗାରେ ଶୋକରଛାୟା

ମାହାଙ୍ଗା,୦୬/୯/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ଗଣକବି ବୈଷ୍ଣବ ପାଣି ସ୍ମୁତି ସଂସଦର ପ୍ରାକ୍ତନ ସମ୍ପାଦକ,ଓଡିଆ ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସୁରେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକରେ ତାଙ୍କ ଜନ୍ମଭୂମି ମାହାଙ୍ଗାରେ ଶୋକରଛାୟା ଖେଳିଯାଇଛି । ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ସ୍ବର୍ଗତ ମହାନ୍ତି ସାହସପୁର ମହାବିଦ୍ୟାଳୟ, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଏବଂ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟୀତ୍ୱ ନିର୍ବାହ କରିଥିଲେ । କୁଆଁପାଳ ନିକଟସ୍ଥ ଅଡମ ମହେଶପୁର ଗ୍ରାମରେ ଜନ୍ମିତ ସୁରେନ୍ଦ୍ର କୋଠପଦା ନିକଟସ୍ଥ କଲ୍ୟାଣପୁର ଗ୍ରାମର ପ୍ରଧାନଶିକ୍ଷୟିତ୍ରୀ ବିଦୁଲତା ମହାନ୍ତିଙ୍କୁ ବିବାହ କରି ସେଠାରେ ଅବସ୍ଥାନ କରୁଥିଲେ । ଜଣେ କର୍ମନିଷ୍ଠ କଳାନୁରାଗୀ ତଥା ଆଧ୍ୟାତ୍ମିକବାଦୀ ପୁରୁଷ ଭାବେ ତାଙ୍କର ବେଶ ସୁଖ୍ୟାତି ଥିଲା । ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ କାର୍ଯ୍ୟ କରୁଥିଲେ ।

ଚାକିରୀ ଜୀବନରୁ ଅବସର ପରେ ଉଭୟ ପତିପତ୍ନୀ ଭୁବନେଶ୍ୱର ଜିଜିପି କଲୋନୀରେ ରହୁଥିଲେ ମଧ୍ୟ ଜନ୍ମମାଟି ଓ କର୍ମଭୂମି ପ୍ରତି ତାଙ୍କର ଘନିଷ୍ଠତା ଥିଲା । ପତ୍ନୀ ବିଦୁଲତା ମହାନ୍ତି ପଲ୍ଲୀସାହି ସରକାରୀ ବାଳିକା ଉଚ୍ଚ ବିଦ୍ୟାପୀଠରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକାରୀ ସୁନାମ ଅର୍ଜ୍ଜନ କରିଥିଲେ । ମାତ୍ର ଅଳ୍ପଦିନ ତଳେ ପତ୍ନୀଙ୍କ ବିୟୋଗ ଘଟିବା ପରେ ସୁରେନ୍ଦ୍ର ନିଃସଙ୍ଗ ହୋଇପଡ଼ିଥିଲେ । ତେବେ ୮୪ ବର୍ଷ ବୟସରେ ଏହି ଯଶସ୍ବୀ ପୁରୁଷଙ୍କ ଦେହାନ୍ତ ଘଟିଛି । ବଡପୁଅ ଡାକ୍ତର ସ୍ମୁତି ରଞ୍ଜନ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ବର୍ଗତ ମହାନ୍ତିଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ମଧ୍ୟମ ପୁତ୍ର ଇଞ୍ଜିନିଅର ସୌମ୍ୟ ରଞ୍ଜନ, କନିଷ୍ଠ ପୁତ୍ର ସତ୍ୟ ରଞ୍ଜନ ବାପାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ସ୍ବର୍ଗତ ମହାନ୍ତିଙ୍କ ବିୟୋଗରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ରଘୁନାଥ ମହାନ୍ତି, ଯାଦବ ସଂଘ ନେତା ରବୀନ୍ଦ୍ର ନାଥ ଦାସ, ଜନାର୍ଦ୍ଦନ ବେହେରା, ଚନ୍ଦ୍ରମଣି ଦାଶ,ଶିକ୍ଷାବିତ ବଟ କିଶୋର ପଣ୍ଡା, ରାଧାନାଥ ରାଉତ,ଶିକ୍ଷାବିତ ବାବାଜୀ ଚରଣ ମହାନ୍ତି,ଗୀତିକାର ବିଶ୍ୱେଶ୍ୱର ମହାନ୍ତି,ଡକ୍ଟର ନିଖିଳେଶ ମହାନ୍ତି,ମୁଷିବର ପଲେଇ,ରତ୍ନାକର ମହାନ୍ତି,ସୁନାକର ବେହେରା, ସାମ୍ବାଦିକ ଅଖିଳେଶ ପଦ ମହାନ୍ତି,ଶରତ ମହାନ୍ତି, ରାହାସ ବିହାରୀ ବିଶ୍ୱାଳ,ପୂର୍ବତନ ସରପଞ୍ଚ ଅଜୟ ନାୟକ,ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତି, ଯଦୁନାଥ ନାୟକ, ଯାଦବ ଚନ୍ଦ୍ର ଦାଶ, ଶିକ୍ଷାବିତ ଅଭୟ କୁମାର ପଣ୍ଡା, ନାଟ୍ୟକାର ମନୋଜ ପଣ୍ଡା,ନିରଞ୍ଜନ ବିଶ୍ୱାଳ, ରବି ଦାସ, କାହ୍ନୁ ଚରଣ ସାହୁ,କବି ପ୍ରଶାନ୍ତ କୁମାର କର, ସମାଜସେବୀ ପ୍ରଶାନ୍ତ ମହାନ୍ତି, ସତ୍ୟଜିତ କିଶୋର ଦାସ,ସଂଗ୍ରାମ କେଶରୀ ମହାନ୍ତି,ନାଟ୍ୟକାର କିଶୋର ଚନ୍ଦ୍ର ଦାଶ,ଭାରତ ଭୂଷଣ ଦାସ, ଶ୍ୟାମ ସୁନ୍ଦର ପଲେଇ, ମାଗୁଣି ଚରଣ ସାମଲ, ପନଗଭୂଷଣ ଦାସ, ଯତୀନ୍ଦ୍ର ନାଥ ଦାସ, ଗଣେଶ ବେହାରୀ,ସୁଧିର ମହାନ୍ତି, ଅଫସର ତୁଲ୍ଲା, ମୋହିଉଦ୍ଦିନ ଖାଁ, ନିରଞ୍ଜନ ମୁଦୁଲି,ଅଜୟ ସ୍ୱାଇଁ,ରବୀନ୍ଦ୍ର ପୃଷ୍ଟି, ସୁଧାଂଶୁ ପାଣି, ଚନ୍ଦ୍ରଭାନୁ ଆଚାର୍ଯ୍ୟ,ବିଭୂତି ଭୂଷଣ ଦାସ, ପ୍ରସନ୍ନ କୁମାର ପରିଡା, ବିଜୟ କୁମାର ଦାଶ,ପଞ୍ଚାନନ ପଣ୍ଡା,ଲକ୍ଷ୍ମୀଧର ପଣ୍ଡା, ଈଶ୍ୱର ଚନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ଆଚାର୍ଯ୍ୟ, ଶୁକଦେବ ସ୍ୱାଇଁ, ମହେଶ୍ୱର ରାଉତ, ମନୋରମା ମହାନ୍ତି,ଶରତ କୁମାର ବେହେରା, ରଞ୍ଜନ ବଳବନ୍ତରାୟ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକବ୍ୟକ୍ତ କରିବା ସହ ସ୍ବର୍ଗତ ମହାନ୍ତିଙ୍କ ଅମ୍ଲାନ ଅମୃତ ଆତ୍ମାର ସଦଗତି କାମନା  କରିଥିଲେ ।

Leave a Reply

Your email address will not be published. Required fields are marked *