କିଶନନଗର ଥାନାରେ ଯୋଗ ଦେଲେ ନୂଆ ଆଇଆଇସି ମାନେଶ୍ୱର ପ୍ରଧାନ 

କଟକ ସଦର, ୨୨/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ପୁରାତନ କିଶନନଗର ଥାନାରେ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ମାନେଶ୍ୱର ପ୍ରଧାନ। ମାନେଶ୍ୱର ପ୍ରଧାନ କଟକ କମିଶନରେଟ ବଡ଼ ମେଡିକାଲ ଫାଣ୍ଡିରେ ଅଧିକାରୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ନିକଟରେ ଇନିସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଵା ପରେ ଵଦଳି ହୋଇ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟ କରୁଥିଲେ।

ଏହି ଅବସରରେ ଆଜି ଗୁରୁବାର ଦିନ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ନୂତନ ଆଇଆଇସି ମାନେଶ୍ୱର ପ୍ରଧାନ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଥାନା ଅଞ୍ଚଳର ଅବସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ବିଦାୟୀ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଆସନ୍ତା କାଲି ଶୁକ୍ରବାର ଶ୍ରୀପଞ୍ଚମୀ ଦିନ ଥାନା ଛାଡ଼ିବେ ବୋଲି ଜଣାପଡିଛି। ଏକବର୍ଷ ଏକମାସ ରହଣି ପରେ ଦୂର୍ଗେଶ ନନ୍ଦିନୀ ଙ୍କର ଵୈଦେଶ୍ୱର ଥାନା କୁ ଵଦଳି ହୋଇଛି।

Leave a Reply

Your email address will not be published. Required fields are marked *