ଭୁବନ ବୁଦ୍ଧେଶ୍ୱର୍ ମନ୍ଦିର ରେ ସ୍ଥାପନ ହେଲା ନନ୍ଦିଘୋଷ ରଥ ଚକ

ଭବ୍ୟ ସ୍ବାଗତ,ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଲା ସହର

ଭୁବନ ୨୦/୧୨/୨୦୨୩ (ଓଡ଼ିଶା ସମାଚାର)- କୋଟି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦିବ୍ୟ ନନ୍ଦିଘୋଷ ରଥ ଚକ ଭୁବନ ବୁଦ୍ଧେଶ୍ଵର ମନ୍ଦିର ରେ ସ୍ଥାପନ କରାଯାଇଛି । ଦିବା ୧୧.୩୦ ମିନିଟ ସମୟରେ ଶ୍ରୀକ୍ଷେତ୍ର ପୁରୀ ରୁ ନନ୍ଦିଘୋଷ ରଥ ଚକ ଆସି ଭୁବନ ର ପ୍ରବେଶ ପଥ କାଲୁଣି ଛକ ରେ ପହଞ୍ଚିବା ପରେ ନଗରପାଳ ତଥା ଶ୍ରୀ ଜଗନ୍ନାଥ ଚ୍ୟାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ କୁମାର ସାହୁ, ସଙ୍କୀର୍ତ୍ତନ ମଣ୍ଡଳୀ,ମାତୃ ମଣ୍ଡଳୀ ଓ ସହସ୍ରାଧିକ ଜଗନ୍ନାଥ ପ୍ରେମୀ ଭକ୍ତ ଜୟ ଜଗନ୍ନାଥ ଧ୍ଵନି ଦେଇ ବିପୁଳ ସ୍ଵାଗତ କରିଥିଲେ । କୀର୍ତ୍ତନ ମଣ୍ଡଳୀ ଗହଣରେ ବିରାଟ ଶୋଭାଯାତ୍ରା ପ୍ରଥମେ ବଡ଼ହାଟ ସ୍ଥିତ ମାଉସୀ ମା ମନ୍ଦିର ,ପରେ ନୁଆବଜର ସ୍ଥିତ ଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା ଓ ବନ୍ଦାଣ ହୋଇ କାଳୀ ବଜାର,ପାଲା ମଣ୍ଡପ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି ଦେଇ ଜଗନ୍ନାଥ ମନ୍ଦିର ରେ ପହଞ୍ଚିଥିଲା । ସେଠାରେ ରଥ ଚକ କୁ ପୂଜାର୍ଚ୍ଚନା କରାଯାଇ ବୁଦ୍ଧେଶ୍ଵର ମନ୍ଦିର କୁ ନିଆଯାଇ ସ୍ଥାପନ କରାଯାଇଥିଲା । ଭୁବନ ବାସୀ ଙ୍କ ତରଫରୁ ନନ୍ଦି ଘୋଷ ରଥଚକ କୁ ସ୍ବାଗତ ଓ ବନ୍ଦାପନା ପାଇଁ ପ୍ରତି ଘର ସମ୍ମୁଖରେ ଝୋଟି ଚିତା ପକାଇ ଶୁଭ କଳସ ସ୍ଥାପନ କରାଯାଇଥିଲା ଓ ମହିଳା ମାନେ ବନ୍ଦାଣ କରିଥିଲେ । ଭୁବନସ୍ଥ ଶ୍ରୀ ଜଗନ୍ନାଥ ଚ୍ୟାରିଟେବୁଲ୍ ଟ୍ରଷ୍ଟ ତରଫରୁ ରଥ ଚକ ପାଇଁ ପୁରୀ ଶ୍ରୀ ମନ୍ଦିର କାର୍ଯ୍ୟାଳୟ କୁ ମାସକ ପୂର୍ବେ ନିବେଦନ କରାଯାଇଥିଲା । କାମାକ୍ଷା ନଗର ଅଞ୍ଚଳ ର ବାସିନ୍ଦା ତଥା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଙ୍କ ବଳିଷ୍ଟ ଉଦ୍ୟମ ତଥା ଆନ୍ତରିକ ସଦିଚ୍ଛା କାରଣରୁ ଭୁବନ କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଆସିଲା ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ପୂର୍ବତନ ନଗରପାଳ କବିତା ବାରିକ,ବଡ଼ହାଟ ସଭାପତି ସୁବ୍ରତ କୁମାର ସାହୁ,ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି,ବୁଦ୍ଧେଶ୍ଵର ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ, କାପୁଡ଼ିଆ ସମାଜ ସଭାପତି ରାମଚନ୍ଦ୍ର ରାଉତ,ଶ୍ରୀଜଗନ୍ନାଥ ଚ୍ୟାରିଟେବୁଲ୍ ଟ୍ରଷ୍ଟ ସମ୍ପାଦକ ନିରଞ୍ଜନ ଗୁରୁ,ଗୋପୀନାଥଙ୍କ ମହାନ୍ତି,ଦିଲ୍ଲୀପ କୁମାର ଦାସ,ସୁଶାନ୍ତ କୁମାର ପୃଷ୍ଟି,ସାମାଜିକ କାର୍ଯ୍ୟକର୍ତ୍ତା ନିରଞ୍ଜନ ପୃଷ୍ଟି,ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତପନ କୁମାର ଦାସ ପ୍ରମୁଖ ଶୋଭଯାତ୍ରାରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *