ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର

ଭୁବନେଶ୍ୱର, ୧୩/୬/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର । ଆଜି ରାଜ୍ୟରୁ ୫ଟି ଓ ମୋ ସରକାର ହଟିବା ନେଇ ନିର୍ଦ୍ଦେଶାନମା ଜାରି ହୋଇଛି। ବିଭିନ୍ନ ସରକାରୀ କାର୍ୟ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ।
ଓଡ଼ିଶାରେ ସରକାରୀ କାର୍ୟ୍ୟାଳୟରେ କାର୍ୟ୍ୟରତ କର୍ମଚାରୀଙ୍କ ମଧ୍ୟରେ ବୃତ୍ତିଗତ ଓ ବ୍ୟାବହାରିକ ପରିବର୍ତନ ପାଇଁ ନବୀନ ସରକାର ଆରମ୍ଭ କରିଥିଲେ ‘ମୋ ସରକାର’। ୫-ଟି ଭଳି ‘ମୋ ସରକାର’ ଲୋକଙ୍କଠାରୁ ସିଧାସଳଖ ମତାମତ ନେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରାଯାଉଥିଲା। ଏହାଦ୍ୱାରା ରାଜ୍ୟ ସରକାର ଓ ସରକାରୀ କର୍ମଚାରୀଙ୍କ ଉପରେ ଲୋକଙ୍କ ଭରସା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର ଦାବି କରିଥିଲେ।
୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ । ଏହାର ଦାୟିତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ‘୫-ଟି’ – ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍-ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍ କୁ ବୁଝାଏ । ସରକାର କହିଥିଲେ, ଏହି ଅଭିଯାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ବିଭାଗଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା। ଭି.କେ ପାଣ୍ଡିଆନ୍ ସରକାରୀ ଚାକିରୀ ରୁ ଇସ୍ତଫା ଦେବା ପରେ ବିଜୁ ଜନତା ଦଳରେ ଯୋଗଦେଇ ‘୫-ଟି’ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ ।

Leave a Reply

Your email address will not be published. Required fields are marked *