ନିଶ୍ଚିନ୍ତକୋଇଲି, ୩୦/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ ଗତ ଲଘୁଚାପ ବର୍ଷାଯୋଗୁ ବ୍ୟାପକ ଧାନ ତଥା ପନିପରିବା ଫସଲ ର କ୍ଷୟକ୍ଷତି ଘଟି ଚାଷୀ କୂଳ ଏବେ ହତାଶ ହୋଇ ପଡିଛନ୍ତି । ଚାଷ ଜମି ରେ କଟାହୋଇପଡ଼ିଥିବା ଧାନ ଗଜା ହୋଇ ଯାଇଥିବା ବେଳେ ପନିପରିବା ଫସଲ ଉଜୁଡି ଯାଇଛି । ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଚାଷୀ ମାନଙ୍କୁ ସଠିକ ତଦନ୍ତ କରି କ୍ଷତିପୂରଣ ପ୍ରଦାନ ଦାବି ରେ ନିଶ୍ଚିନ୍ତକୋଇଲି ବ୍ଳକ୍ ବିଜୁଜନତା ଦଳ ପକ୍ଷରୁ ତହସିଲଦାର ଅନିତା ନାୟକଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି । ଯଦି କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତି ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାରେ ପ୍ରଶାସନ ଅଣଦେଖା କରେ ତେବେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
