ଭୁବନେଶ୍ୱର, ୨୮/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସୂଚନା ସେବା ସଂଘର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ସଂଘର ସାଂଗଠନିକ କ୍ରିୟାଶୀଳତା ନେଇ ଆଲୋଚନା ହୋଇଥିଲା । ଓଡ଼ିଶା ସୂଚନା ସେବା ସଂଘର କ୍ୟାଡ଼ରକୁ ସୁଦୃଢ଼ କରାଯିବା ସହ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ଯେଭଳି ଦକ୍ଷତାର ସହିତ ସେମାନଙ୍କର ସେବା ପ୍ରଦାନ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା । ସଂଘର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ସଂପୃକ୍ତ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଉପସ୍ଥିତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟସ୍ଥଳୀରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଉପସ୍ଥାପନ କରିଥିଲେ ।
ଏହା ପରେ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନିର୍ବାଚନରେ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ସଭାପତି, ଶ୍ରୀ ବିଭୂତି ଭୂଷଣ ନାୟକ ଉପସଭାପତି, ଶ୍ରୀ ପଠାଣି ରାଉତ ସାଧାରଣ ସଂପାଦକ, ଶ୍ରୀ ଦୀପକ କୁମାର ସାହୁ ଯୁଗ୍ମ ସଂପାଦକ ଓ ତନୁଜା ମହାନ୍ତି କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଅନୁରୂପ ଭାବେ ପୂର୍ବାଞ୍ଚଳ ଜୋନ୍ ପାଇଁ ଶ୍ରୀ ଅବିନାଶ ଆଜାଦ୍ ପାଣି, ଉତ୍ତରାଞ୍ଚଳ ନିମନ୍ତେ ଶ୍ରୀ ପ୍ରହ୍ଲାଦ ଖୋସଲା ଏବଂ ଦକ୍ଷିଣାଞ୍ଚଳ ନିମନ୍ତେ ପ୍ରମିଳା ମାଝୀ ସଂପାଦକ ହୋଇଛନ୍ତି । କାର୍ଯ୍ୟକାରୀ ପରିଷଦରେ ଦେବାଶିଷ ପଟ୍ଟନାୟକ, ଜିତେନ୍ଦ୍ରୀୟ ଜେନା, ସୌରଭ କୁମାର ପ୍ରଧାନ, ଆଶୁତୋଷ ପାଇକରାୟ, ରବିନାରାୟଣ ବେହେରା, ରୋଜାଲିନ୍ ସାହୁ, ବିନାୟକ ମିଶ୍ର, ଆଲୋକ କୁମାର ମହାନ୍ତି, ହରପ୍ରସାଦ ମହାପାତ୍ର, ସାର୍ଥକ ଅଭିନନ୍ଦନ ରାୟଙ୍କୁ ଗ୍ରହଣ କରାଯାଇଥିଲା । ସୁରେନ୍ଦ୍ର ନାଥ ପରିଡ଼ା, ସନ୍ତୋଷ କୁମାର ଦାସ, ଗୁର୍ବୀର ସିଂହ, ବିଶ୍ୱଜିତ ଦାଶ, ଚିତ୍ତରଞ୍ଜନ ପତି, ଦୀପ୍ତିମୟୀ ମହାପାତ୍ରଙ୍କୁ ଉପଦେଷ୍ଟା ରଖାଯାଇଛି । କର୍ମକର୍ତ୍ତାମାନେ ସଂଘକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଶୃଙ୍ଖଳିତ ଭାବରେ ପ୍ରୟାସ ବଜାୟ ରଖିବେ ବୋଲି ମତପ୍ରକାଶ ପାଇଥିଲା ।