ଭୁବନେଶ୍ୱର, ୨୫/୧୨/୨୦୨୪ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ବିଶିଷ୍ଟ ସାଇଭକ୍ତ ତଥା ସାଇ ଅଧ୍ୟାତ୍ମଦର୍ଶନର ବିଶିଷ୍ଟ ପ୍ରଚାରକ, ଅଧ୍ୟାତ୍ମିକ ଗୁରୁ,
ଗୁରୁଜୀ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ
୭୬ ତମ ଜନ୍ମଦିନ ଉପଲକ୍ଷେ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ୟୁନିଟ-୧ କସ୍ତୁରବା ନାରୀ ମହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ୟ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । 
ଏହି କାର୍ୟ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତନାରାୟଣ ଜେନା, ଭୁବନେଶ୍ୱର ଏକ୍ରାମ ବିଧାୟକ ଶ୍ରୀ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲଚନା ଦାସ, ଓଟିଆର ରେଜିଷ୍ଟ୍ରାର ଶ୍ରୀମତୀ ରେଣୁପ୍ରଭା ନାୟକ ,ସ୍ଥାନୀୟ କର୍ପୋରେଟର ନଜୀୟା ବେଗମ ଓ ପାଇଲଟ କ୍ୟାପଟେନ ସାରଦା ଦାସ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଡ. ରୁଦ୍ର ମହାନ୍ତି ପରିଚାଳନା କରିଥିଲେ ।

ଉକ୍ତ ଉତ୍ସବରେ ଅନୁଷ୍ଠାନର କର୍ମକର୍ତ୍ତା ଜ୍ଞାନରଂଜନ ମହାନ୍ତି, ଶ୍ରୀ ଅମିତାଭ ସାହୁ, ଡ. ଟୁନା ସାହୁ, ଶ୍ରୀ ସତ୍ୟ ଶେଖର ପରିଡା, ଶ୍ରୀ ସଚିନ ସେନାପତି, ଶ୍ରୀ ଅଜିତ ଷଡ଼ଙ୍ଗୀ, ଦୁର୍ଗା ତ୍ରିପାଠୀ ଏବଂ ବିଚାରକ ଶରତ ମଲିଆ, ସୁନନ୍ଦା ସାହୁ, କୁଞ୍ଜ ବିହାରୀ ନାୟକ ଓ କାମାକ୍ୟ ଅତିବୁଦ୍ଧି କାର୍ୟ୍ୟକ୍ରମରେ ସହଯୋଗ ଓ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମରେ ଭୁବନେଶ୍ୱର ଓ ଏହାର ଆଖପାଖ ବିଦ୍ୟାଳୟର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
