ପ୍ରଜାପିତା ବ୍ରହ୍ମାକୁମାରିଜ୍ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଦେବିଗଡ଼ା ଶାଖା ର ସପ୍ତମ ପ୍ରତିଷ୍ଠା ଦିବସ ।

ଯାଜପୁର, ୧୪/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ଯାଜପୁରଟାଉନ ସ୍ଥିତ ପାଣ୍ଡବ ଭବନରେ ଥିବା ପ୍ରଜାପିତା ବ୍ରହ୍ମାକୁମାରିଜ ଦେବିଗଡ଼ା ଶାଖା ର ସ୍ଥାୟୀ କେନ୍ଦ୍ର ପରିସରରେ କେନ୍ଦ୍ରର ସପ୍ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ପରିଚାଳିକା ବି.କେ କବିତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଯାଜପୁର ର ଜଣାଶୁଣା ସମାଜସେବୀ, ମାନବିକ ଅଧିକାର କର୍ମୀ ,ଜଗନ୍ନାଥ ସଂସ୍କୃତି ପ୍ରଚାରକ ମୋହନ ମହାରଣା , ଜିଲ୍ଲା ସାମ୍ବାଦିକ ତଥା ସାବିତ୍ରୀ ଫାଉଣ୍ଡେସନ ର ଅଧ୍ୟକ୍ଷ ସୁରେଶ କୁମାର କର, ବି.କେ ଦିଲୀପ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵ ଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଶାନ୍ତି,ସଦଭାବନା ମନୁଷ୍ୟକୁ ଉଚିତ୍ ଦିଗକୁ ନେଇପାରିବ ଗୋଟିଏ ଉତ୍ତମ ମନୁଷ୍ୟ ଭାବେ ଗଢି ତୋଳିବ ବୋଲି ଅତିଥି ମାନେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରୀ ସାମ୍ବାଦିକ ସଂଘର ସଭାପତି ପ୍ରଶାନ୍ତ ଦ୍ବିବେଦୀ , ବରିଷ୍ଠ ଶିକ୍ଷାବିତ ହୃଷୀକେଶ ପତି, ସାମ୍ବାଦିକ ମୃତ୍ୟୁଞ୍ଜୟ ସାହୁ, ସତ୍ୟଜିତ ବେହେରା,ବିଶ୍ୱଜିତ୍ ମହାନ୍ତି ଓ ସାମାଜିକ କର୍ମୀ ନୀଳାଦ୍ରି ଭୂଷଣ ସାହୁ ଯୋଗ ଦେଇଥିଲେ । ବି.କେ ପୂର୍ଣ୍ଣ , ବି.କେ ପ୍ରଫୁଲ୍ଲ ଙ୍କ ସମେତ ଅନ୍ୟ ସଦସ୍ୟସଦସ୍ୟା ମିଳିତ ଭାବେ ସଞ୍ଚାଳନ କରିଥିଲେ । ଏହି ଅବସରରେ କେନ୍ଦ୍ର ପକ୍ଷରୁ ଯାଜପୁର ର କଳାକାର ପ୍ରଶାନ୍ତ ପତି ଓ ଅନ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *