ମାହାଙ୍ଗା, ୨୨/୦୧/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥ ବିଦ୍ୟାପୀଠ କୋଠପଦାର ନବମ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ଦେହୁରୀଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଦୁଃଖଦ ଘଟଣା ପରେ ବିଭିନ୍ନ ମହଲରୁ ଏହି ଅସହାୟ ଆଦିବାସୀ ପରିବାରକୁ ସମବେଦନା ଓ ଶ।ନ୍ତ୍ୱନା ପ୍ରଦାନ କରା ଯାଇଛି । ରଘୁନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକଙ୍କ ନେତୃତ୍ୱରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସାମାଜିକକର୍ମୀ ଅଖିଳେଶ ମହାନ୍ତି, ବରିଷ୍ଠ ଶିକ୍ଷକ ମାଗୁଣି ଚରଣ ସାମଲ,ବ୍ରଜବନ୍ଧୁ ପଲେଇ,ଶିକ୍ଷୟିତ୍ରୀ ରଞ୍ଜୁଲତା ରାଉତ,ରଶ୍ମିତା ବାରିକ, ସୌମ୍ୟ ରଞ୍ଜନ ପଣ୍ଡା, ସଚିନ ପ୍ରଧାନ, ପ୍ରୀତି ପଲ୍ଲବୀ ସ୍ୱାଇଁ, ସସ୍ମିତା ଦାସ, ସନ୍ଧ୍ୟାରାଣୀ ଦାସ,ନିହାରିକା ପ୍ରିୟ ଦର୍ଶିନୀ,ଯୋଗଜନ୍ମା ବେହେରା,ଅଚ୍ୟୁତାନନ୍ଦ ଦାସ,ଅଜୟ ନନ୍ଦ ଏବଂ ଭାଗ୍ୟଧର ରାଉତ ପ୍ରମୁଖ ଅରିଲୋ ଗ୍ରାମରେ ପହଂଚି ମୃତ ଛାତ୍ରୀଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏହି ଅବସରରେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସ୍ଥାନୀୟ ଅଂଚଳର ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ମୃତା ପୂର୍ଣ୍ଣିମାଙ୍କ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ପୂର୍ଣ୍ଣିମାଙ୍କ ସ୍ମୁତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର-ଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଦିବଂଗତ ଛାତ୍ରୀଙ୍କ ଅମର ଅମୃତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା ।