ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଏବଂ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୧୮/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣପ୍ରଦର୍ଶନ କରିଥିବାର ଅଭିଯୋଗ ଆସିଥିଲା । ଅଭିଯୋଗକାରିଣୀ କାର୍ୟ୍ୟରତ ମହିଳାଜଣକ ତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନାରଅଭିଯୋଗ ଆଣିଥିଲେ ।
ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରି ଅଧିକାରୀ ଏବଂ ଜଣେ ମହିଳାମାର୍ଶାଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।
ମହିଳା ସଶକ୍ତିକରଣ ପାଇଁ ଆମ ସରକାର ବଦ୍ଧପରିକର ଏବଂ ମହିଳା ହିଂସା ଓ ନିର୍ୟାତନାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପୂଜାରୀ ପ୍ରକାଶକରିଛନ୍ତି ।
-୦-
ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ