ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଶାସନ ସାହି କପ, ରାଉରକେଲା କୁ ହରାଇ ଜୁଭେଲାଇନ କ୍ରିକେଟ କ୍ଲବ କଟକ ଚମ୍ପିୟାନ

ପାଲଲହଡା ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ଜୟ ଶ୍ରୀରାମ କ୍ରିକେଟ କ୍ଲବ ଶାସନ ସାହି ଆନୁକୂଲ୍ୟରେ ପାଲଲହଡା ଷ୍ଟାଡିୟମ ଠାରେ ଆୟୋଜିତ ଷଷ୍ଟ ରାଜ୍ୟ ସ୍ତରୀୟ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ଦିବସ ରେ ୱାଇ, ସି, ସି ରାଉରକେଲା ଓ ଜୁଭେଲାଇନ କ୍ରିକେଟ କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜି ଫାଇନାଲ ଦିବସ ଖେଳ ରେ ପ୍ରଥମେ ରାଉରକେଲା ଦଳ ଟଚ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା। ଜୁଭେଲାଇନ କ୍ରିକେଟ କ୍ଲବ କଟକ ପ୍ରଥମେ ବ୍ୟାଟିଂ କରି ୨୫ ଓଭର ରେ ୯ ଟି ଉଇକେଟ ହରାଇ ସମୁଦାୟ ୧୭୩ ରନ କରିପାରିଥିଲା! ଏହାର ଜବାବରେ ଦ୍ୱିତୀୟ ଇନିଂସ ରେ ରାଉରକେଲା ଦଳ ୧୭୩ ରନ ର ପିଛା କରି ୨୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୬୬ ରନ କରିଥିଲେ। ଜୁଭେଲାଇନ କ୍ରିକେଟ କ୍ଲବ କଟକ ୧୧ ରନ ରେ ବିଜୟ ହାସଲ କରି ଚମ୍ପିୟାନ ହୋଇଥିଲା। ଆଜିର ମ୍ୟାଚ ରେ ୩୬ ବଲ ରେ ଧୂଆଁ ଧାର ୫୧ ରନ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜୁଭେଲାଇନ କଟକ ର ରାମଚନ୍ଦ୍ର ବେହେରା କୁ ମ୍ୟାନ ଅଫ ଦ ମ୍ୟାଚ ଓ ଟୁର୍ନାମେଣ୍ଟ ରେ ଶ୍ରେଷ୍ଠ ପ୍ରଦର୍ଶନ କରି ମ୍ୟାନ ଅଫ ଦ ସିରିଜ ଓ ଶ୍ରେଷ୍ଠ ବୋଲର ଜୁଭେଲାଇନ କଟକ ପ୍ରିୟାଂଶୁ ମହାନ୍ତି ଓ ଜୁଭେଲାଇନ କଟକ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଭାବରେ ମାନବ ଭଟାଚାର୍ୟ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ଫାଇନାଲ ଦିବସ ରେ ଜୟ ଶ୍ରୀରାମ କ୍ରିକେଟ କ୍ଲବ ଶାସନ ସାହି ସଭାପତି ରଘୁନନ୍ଦନ ଆଚାର୍ୟ୍ୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ ଉପସ୍ଥିତ ରହି ଚମ୍ପିୟାନ କଟକ ଦଳ କୁ ୪୧ ହଜାର ଓ ରନର୍ସ ଅପ ରାଉରକେଲା ଦଳ କୁ ୨୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ମ୍ୟାଚ କୁ ରଂଜିତ ସାମଲ , ଅଭିଷେକ ସାହୁ, ଖେଳ ପରିଚାଳନା କରିଥିଲେ । ସ୍କୋରର ଭାବରେ ସଞ୍ଜୟ କୁମାର ସାହୁ, ଭୂପେନ ନାଏକ ଦାୟିତ୍ୱ ତୁଲାଇ ଥିଲେ! ଓ ଖେଳ ଧାରା ବିବରଣୀ ବିଶ୍ୱଜିତ ମହାନ୍ତି, ଅଜିତ ପ୍ରଧାନ, ସନ୍ତୋଷ ଆଚାର୍ୟ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କ୍ରିକେଟ କ୍ଲବ ର ପୁରାତନ କ୍ରିକେଟ ଖେଳାଳି ମାନଙ୍କୁ ସଂମ୍ମାନିତ କରାଯାଇଥିଲା । ଆଜି ଅନ୍ତିମ ଦିବସ ରେ ଶ୍ରୀରାମ କ୍ରିକେଟ କ୍ଲବ ଶାସନ ସାହି ର ସମସ୍ତ କାର୍ୟ୍ୟ କର୍ତା ତଥା , ଦିଲ୍ଲୀପ କୁମାର ଉଦାବଳ, ଶିବ ପ୍ରସାଦ ସାହୁ , ବିଷ୍ଣୁ ପ୍ରସାଦ ସାହୁ , ସତ୍ୟ ନାରାୟଣ ବୋଷ , ସନ୍ଦୀପ ମନୋହର ଦ୍ବିବେଦୀ , ନରେନ୍ଦ୍ର ଭୁକ୍ତା, ସୁଶୀଲ ଉଦାବଳ ଏହି ଟୁର୍ନାମେଣ୍ଟ କୁ ଶାନ୍ତି ଶୃଙ୍ଖଳା ର ସହିତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *