ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା- ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ
ପ୍ରତି ଥାନାକୁ ଦିଆଯିବ ୯ ଟି ବାଇକ
କଟକ, ୧୮/୧୨/୨୦୨୪ (ଓଡ଼ିଶା ସମାଚାର)-୬୯ତମ ରାଜ୍ୟ ପୋଲସି ଡ୍ୟୁଟି ମିଟ୍ ସ୍ଥାନୀୟ ବକ୍ସିବଜାରସ୍ଥିତ ରିଜର୍ଭ ପୋଲସି ଗା୍ରଉଣ୍ଡ ଠାରେ ଉଦଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟର ସବୁ ଜିଲାରେ ସାଇବର ଥାନା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ଥାନାକୁ ୯ଟି ବାଇକ ଦିଆଯିବ । ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ହଜାର ପଦ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶୀ୍ର ମାଝୀ ସୂଚନା ଦେଇଥିଲେ । ୨୦୨୬ ସୁଦ୍ଧା ଓଡିଶା ମାଓ ମୁକ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପୋଲସି ଡ୍ୟୁଟି ମିଟ ରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଭରଚୁଆଲ ମୋଡ େÿର ପୁରୀ ଜିଲାର ୩ଟି ଥାନା ଯଥା ବଳଙ୍ଗା, ଅସ୍ତରଙ୍ଗ ଓ ଡେଲାଙ୍ଗ ଥାନାକୁ ଉଦଘାଟନ କରିଥିଲେ । ସେହି ପରି ବୃତିଗତ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଦକ୍ଷ ପ୍ରତିଯାଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଡିଜି ୱାଇ ବି ଖୁରାନିଆଙ୍କ ସମେତ ରାଜ୍ୟ ପୋଲସି ବାହିନୀର ବହୁ ବରଷ୍ଠି ଅଧିକାରୀମାନେ ଉପସ୍ଥିତ ଥିଲେ ।
