ଭୁବନେଶ୍ୱର,୧୭/୧୨/୨୦୨୪ (ଓଡ଼ିଶା ସମାଚାର)- ଦେଉଳସାହିସ୍ଥିତ ରଘୁନାଥଜୀଉ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ବିଜ୍ଞାନ ବିଭାଗର ଅଷ୍ଟମ ବାର୍ଷିକ ପାଠଚକ୍ର ତଥା ନୂତନ ଭାବେ ବିଭାଗରେ ପ୍ରଥମ ବର୍ଷରେ ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡଃ ସୁଧାମୟୀ ବେହୁରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜଗତ୍ସିଂହପୁର ଜିଲାର ଅଳକା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଡଃ ଅକ୍ଷୟ କୁମାର ଭଦ୍ରା ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପରିବେଶ ଉପରେ “ପ୍ଲାଷ୍ଟିକ୍, ବ୍ୟବହାରର ପ୍ରଭାବ ଓ ଏହା ନିରାକରଣ” ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟର ସଭାପତି ଡଃ ଦିଲ୍ଲୀପ କୁମାର କର ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ସ୍ୱାଇଁ ପ୍ଲାଷ୍ଟିକର କୁପରିଣାମ ଉପରେ ଛାତ୍ର, ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମଟିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ସରୋଜ କୁମାର ଦାଶ, ଶୈକ୍ଷିକ ଅଧିକାରୀ ଡଃ ଅକ୍ଷୟ କୁମାର ନାୟକ, ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସୁପରିଚାଳନାରେ ବିଭାଗର ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସ୍ମୃତି ରଞ୍ଜନ ସ୍ୱାଇଁ ଓ ବିଭାଗର ଛାତ୍ରଛାତ୍ରୀ ନେହା ମାଝୀ, ଅର୍ପିତା, ଶୁଭଲକ୍ଷ୍ମୀ ଆଶୁତୋଷ, ଶ୍ରେୟାଂଶୁ, ପ୍ରବୀଣ, କାଜଲ, ଓ ବିଷ୍ଣୁପି୍ରୟା ପ୍ରଭୃତି ପୂର୍ଣ୍ଣ ସହଯୋଗ କରିଥବଲେ । ସର୍ବଶେଷର ବିଭାଗର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।