ଯୋବ୍ରା ଵ୍ୟାରେଜ ନିକଟ ମହାନଦୀରୁ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ସିଂ ଙ୍କ ମୃତ ଦେହ ଉଦ୍ଧାର

କଟକ ସଦର,୧୭/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଵ୍ୟାରେଜ ନିକଟସ୍ଥ ମହାନଦୀରୁ ଆଜି (ମଙ୍ଗଳବାର) ପୂର୍ବାହ୍ନରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ (୭୮) ଙ୍କର ଭାସୁଥିବା ମୃତ ଦେହକୁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି । କଟକ ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଏହି ମୃତଦେହ ଲାଗିଥିଲା ।ମୃତକ ପ୍ରଫେସର ଙ୍କ ଘର କଟକ ରାଜେନ୍ଦ୍ରନଗର ହୋଇଥିବା ବେଳେ ସିଏ ନନ୍ଦନକାନନ ଅଞ୍ଚଳରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।  ସେ ୧୫ ତାରିଖରୁ ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହୁଥିବା ବେଳେ ଆଖପାଖର ସିସିଟିଭି ଯାଞ୍ଚ ଓ ପରିବାର ଲୋକଙ୍କ ବୟାନକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *