କଟକ ସଦର: ବିଜେପି ଢୋଲ ରେ ବିଜେଡ଼ି ମୂଷା, ସଂଗଠନ କୁ ନେଇ ଚର୍ଚ୍ଚା

କଟକ ସଦର,୧୭/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ସାଧାରଣ ନିର୍ବାଚନରେ କଟକ ସଦର ରେ ବିଜେପି ର ଜିତାପଟ ପରେ ଏବେ ଦଳରେ ବିଜେଡ଼ି କର୍ମୀଙ୍କ ଅନୁପ୍ରବେଶ ଓ ପ୍ରାଦୁର୍ଭାଵ ବିଜେପି କର୍ମୀଙ୍କୁ ଦ୍ୱନ୍ଦରେ ପକାଇଛି। ଯାହା ଫଳରେ ଢୋଲ ଭିତରେ ମୂଷାଙ୍କ ପ୍ରଵେଶ କୁ ନେଇ ବିଜେପି ମହଲରେ ଅଶନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ଏଵେ ଦଳୀୟ କର୍ମକର୍ତ୍ତା ନିର୍ବାଚନ ଚାଲୁ ରହିଥିବା ରୁ ବିଜେଡ଼ି କର୍ମୀ ମାନଙ୍କ ଦଵଦଵା ବିଜେପି ଶିବିରକୁ ହତୋତ୍ସାହିତ କରିଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ଏହାର ପ୍ରତିଫଳନ ଗତ କାଲି (ସୋମବାର) ରାତିରେ ରଘୁନାଥପୁର କୂଳସାହି ଡ଼ାକବଙ୍ଗଳାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ୨୮ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସୁଦାମଵତୀ ମଣ୍ଡଳ ର ସାଂଗଠନିକ ବୈଠକରେ ଦଳୀୟ କନ୍ଦଳ ପଦାକୁ ଆସିଛି। ଏଥିପ୍ରତି ବିଧାୟକ ସ୍ୱତନ୍ତ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଦଳୀୟ ସଂଗଠନ ଭୁଷିଡିଵା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *