ଝାଡ଼ବନ୍ଧ ଗ୍ରାମ୍ୟ ଠାକୁରାଣୀ ଯାତ୍ରା ବିବାଦ: ପ୍ରଶାସନର ପଦକ୍ଷେପକୁ ସମସ୍ତଙ୍କ ନଜର

ହିନ୍ଦୋଳ, ୧୪/୧୨/୨୦୨୪ (ଓଡ଼ିଶା ସମାଚାର)-ପୌଷ ମହୋତ୍ସବକୁ ନେଇ ଝାଡ଼ବନ୍ଧ ଗ୍ରାମରେ ଉଠିଛି ଝଡ। ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କାହିଁକି ଏ ଯାତ୍ରା ବିବାଦର ସମାଧାନ ହୋଇପାରୁନି ସେ ନେଇ ବଡ ପ୍ରଶ୍ନ ଉଠାଇଛନ୍ତି ଗ୍ରାମର ଯୁବଗୋଷ୍ଠି। କେଉଁଠି ରହୁଛି କେଁ? କିଏ ସେହି ମାଷ୍ଟର ମାଇଁଣ୍ଡ? ଖବରରୁ ଜଣା ପଡିଛି ଗ୍ରାମର ତୃତୀୟ ପକ୍ଷ ତଥା ଯୁବ ଗୋଷ୍ଠୀ ଜିଲ୍ଲା ପ୍ରଶାସନକୁ ଭେଟି ଯାତ୍ରା କରିବା ସପକ୍ଷରେ ଆଲୋଚନା କରିଥିଲେ କିନ୍ତୁ ଜିଲ୍ଲା ପ୍ରଶାସନ ପାଖରେ ସବୁ ଖବର ରହିଥିବା ସତ୍ତ୍ୱେ ଯାତ୍ରା କରିବାର ଅସୁବିଧା କେଉଁଠି ରହିଛି ବୋଲି ଅଞ୍ଚଳର ଲୋକଙ୍କ ମନରେ ପ୍ରଶ୍ନ ଉପରେ ପ୍ରଶ୍ନ। ଲୋକଙ୍କ କହିବା କଥା ହେଲା ଯେଉଁ ଗୋଷ୍ଠୀ ଗ୍ରାମ୍ୟ କମିଟି ବୋଲି ଦାବି କରୁଛି ଆଜକୁ ୫ ବର୍ଷ ହେଲା କଣ କରୁଥିଲେ? ଗ୍ରାମ ପରିଚାଳନା କମିଟି ଯଦି ପାଣି ପବନକୁ ନେଇ ପୌଷ ମହୋତ୍ସବକୁ ଚଳାଇ ଆସୁଥିଲା, ତେବେ ୨୦୦୮ ମସିହାରେ କାହିଁକି କେଉଁ କାରଣରୁ ପୌଷ ପୂର୍ଣ୍ଣିମା ଯାତ୍ରାରେ ହେଉଥିବା ସାଂକୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା? ସେହିଦିନ ଠାରୁ ୨୦୧୩ ପର୍ଯ୍ୟନ୍ତ କେଉଁ ଗ୍ରାମ୍ୟ କମିଟି ପୌଷପୂର୍ଣ୍ଣିମା ଯାତ୍ରାକୁ ଚଳାଇ ଆସୁଥିଲା? ୨୦୧୪ ମସିହାରେ ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ଵାରା ପୌଷ ପୂର୍ଣ୍ଣିମା ଯାତ୍ରାରୁ ପୌଷ ମହୋତ୍ସବକୁ ନୂଆ ରୂପାୟନ ଦେଇ ୫ ଦିନ ଧରି ବହୁ ଆଡମ୍ବରରେ କାର୍ଯ୍ୟକ୍ରମ ଆୟୋଜନ କରି ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିଥିଲା। ଏଠାରେ ପ୍ରଶ୍ନ ଉଠେ ସେହି ସମୟରେ ଗ୍ରାମ୍ୟ ପରିଚାଳନା କମିଟି ସ୍ଥିତି କାହିଁକି ରହି ନ ଥିଲା। ଗ୍ରାମରେ ରୁଙ୍ଗଟା କାରଖାନାର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରୁ ଗ୍ରାମରେ ବିନା ସର୍ତ୍ତରେ ନୂତନ ପରିଚାଳନା ଗଠିତ ହେବା ପରେ ଯୁବ ଗୋଷ୍ଠୀଙ୍କ ଠାରୁ ମନ୍ଦିର ସମସ୍ତ ପ୍ରକାର ହିସାବ ନେଇ କାର୍ଯ୍ୟଭାର ନିଜ ଅଧିନକୁ ନେଇଥିଲେ। ରୁଙ୍ଗଟା କାରଖାନାରେ କାର୍ଯ୍ୟାଦେଶକୁ ନେଇ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇ ଲୋକଙ୍କ ମନରେ ବିଭିନ୍ନ ଭ୍ରାନ୍ତ ଚିନ୍ତାଧାରା ପୁରାଇ ନୀରିହ ଲୋକଙ୍କୁ ପ୍ରଥଭ୍ରଷ୍ଟ କରାଇ ଗୋଷ୍ଠୀ ବିବାଦ ସୃଷ୍ଟି କରିଥିଲେ। ଯାହା ଫଳରେ ଗ୍ରାମ୍ୟ ପରିଚାଳନା କମିଟିର ଅପାରଗତା ପୁଣି ଥରେ ପଦାରେ ପଡ଼ିଥିଲା। ଫଳ ସ୍ବରୂପ ଗ୍ରାମରେ ଦୁଇ ଗୋଷ୍ଠୀ ହେବା ସହିତ ମା” କତମାଶୁଣିଙ୍କ ପୌଷ ପୂର୍ଣ୍ଣିମା ଯାତ୍ରାରୁ ପୌଷ ମହୋତ୍ସବକୁ ବହୁ ଆଡମ୍ବରରେ କରିବାକୁ ଦୁଇ ଗୋଷ୍ଠୀ ଅଣ୍ଟା ଭିଡ଼ିଥିଲେ। ଫଳରେ ଜିଲ୍ଲା ପ୍ରଶାସନ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ଏକତ୍ରିତ ହୋଇ ଉତ୍ସବ ପାଳନ ପାଇଁ ବାରମ୍ବାର କହିଥିଲେ। ଏକାଠି କରିବାକୁ ଗୋଟିଏ ଗୋଷ୍ଠୀ ରାଜି ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସଂଖ୍ୟା ଗରିଷ୍ଠତାର ଅହଙ୍କାର ଦେଖାଇ ଏକତ୍ରିତ ମହୋତ୍ସବ କରିବାକୁ ରାଜି ହୋଇ ନଥିଲେ। ଏପରିକି ଗ୍ରାମରେ ଥିବା ବହୁ ନିରୀହ ପରିବାରର ଭାଇ ଭାଇ ମଧ୍ୟରେ ବିବାଦ ସୃଷ୍ଟି କରାଇ ଏକ ଅପ୍ରୀତିକର ପରିସ୍ଥିତି ବାତାବରଣ କରିଥିଲେ।ଫଳରେ ଏଥିରେ ବିତୃଷ୍ନା ଭାବ ପାଇଁ ଉଭୟ ଗୋଷ୍ଠୀରୁ ଯୁବ ଗୋଷ୍ଠୀ ବାହାରି ବନ୍ଦ ରହିଥିବା ମାଁଙ୍କ ମହୋତ୍ସବକୁ ପୁନଃଉଦ୍ଧାର କରିବାକୁ ଉଦ୍ୟମ କରି ପ୍ରଥମେ ଗ୍ରାମ୍ୟ ସ୍ଥରରେ ବିଫଳ ହୋଇଥିଲେ। ତେବେ ଯୁବ ଗୋଷ୍ଠୀ ବାହାରି ଉଭୟ ଗୋଷ୍ଠୀଙ୍କୁ ମିଶାଇବା ଉଦ୍ୟମ ବେଳେ ଆଜକୁ ୫ ବର୍ଷ ହେଲା ଗ୍ରାମ୍ୟ କମିଟି ବୋଲି ନିଜକୁ ବୋଲାଉ ଥିବା ଜୈନେକ ବ୍ୟକ୍ତି କାହିଁକି ଗ୍ରାମକୁ ଏକତ୍ରିତ କରିବାକୁ ଉଦ୍ୟମ କରିନଥିଲେ? କ’ଣ ତାଙ୍କର ସ୍ୱାର୍ଥ ଥିଲା ତାହା ତଦନ୍ତ କଲେ ଜଣା ପଡ଼ନ୍ତା। ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ବିରୋଧ କରିଥିଲା ତେବେ କାହିଁକି ସେ ଜିଲ୍ଲା ପ୍ରଶାସନର ସହାୟତା ଲୋଡୁ ନଥିଲେ? ଗ୍ରାମର ଦୁଇ ଗୋଷ୍ଠୀ ହୋଇଥିବା ବେଳେ କିପରି ସେ ଗ୍ରାମର ସାମୂହିକ ଅଧିକାର ରହିଥିବା ମାଁ ବାଟମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଥିଲେ। କଣ ରହିଛି ଏହାର ରହସ୍ୟ? ଜିଲ୍ଲା ପ୍ରଶାସନ ଏ ଘଟଣାକୁ ଗୁରୁତର ସହ ବିଚାରକୁ ନେଲେ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ସାଧନ ହୋଇ ପାରନ୍ତା, ନ ହେଲେ କୁଚକ୍ରୀମାନେ ଏମିତି ଲୁଚକାଳି ଖେଳୁଥିବେ। ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି?

Leave a Reply

Your email address will not be published. Required fields are marked *