ଦିଲ୍ଲୀରୁ ଫେରିଲେ ବିଜେପି କଟକ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବ, ବିମାନ ବନ୍ଦରରେ କଟକ ସଦର ବିଜେପିର ସ୍ୱ।ଗତ ସମ୍ବର୍ଦ୍ଧନା 

କଟକ ସଦର, ୩୧/୦୩/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ରାଜ୍ୟର ତିନି ଦଶନ୍ଧୀ ଧରି ୬ ଥରର ସାଂସଦ ଥିବା ଏଵଂ ଗତ ୨୨ ତାରିଖରେ ବିଜେଡ଼ିକୁ ଵାୟ କରି ଗତ ୨୮ ତାରିଖରେ ଦିଲ୍ଲୀ ମୂଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମୂଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ସୁପୁତ୍ର, ଦୈନିକ ପ୍ରତିଷ୍ଠିତ ଖଵର କାଗଜ ‘ପ୍ରଜାତନ୍ତ୍ର’ ର ସଂପାଦକ ଭର୍ତୃହରି ମହତାବ ଗତକାଲି ଶନିବାର ରାତିରେ କଟକ ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେଵା ପରେ ଆଜି ରବିବାର ଅପରାହ୍ନରେ ଓଡ଼ିଶା ଫେରିଛନ୍ତି। ଏଥିପାଇଁ କଟକ ସଦର ଵିଜେପି ପକ୍ଷରୁ ସମ୍ଭାବ୍ୟ ବିଜେପି ଵିଧାୟକ ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ସାଂସଦ ଭତୃହରି ମହତାବଙ୍କୁ ଉଛସିତ ଭଵ୍ୟ ସ୍ୱ।ଗତ ସମ୍ବର୍ଦ୍ଧନା ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *