ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ର ପ୍ରାଚୀନ ପାରମ୍ପାରିକ ଜାଗାରଯାତ୍ରା ମହାଶିବରାତ୍ରୀ ଉତ୍ସବରେ ଚଳିତ ବର୍ଷ ମହାଦୀପ ରାତ୍ର ୧୦ ଘଟିକାରେ ଉଠିବ ବୋଲି ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ମାନ୍ୟବର ମନ୍ତ୍ରୀ, ଆଇନ, ପୂର୍ତ୍ତ ଏବଂ ଅବକାରୀ ଶ୍ରୀଯୁକ୍ତ ପୃଥିବୀ ରାଜ ହରିଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଅଛି ।
ବୈଠକରେ ଭୁବନେଶ୍ୱର ଏକ୍ରାମ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ, ଭୁବନେଶ୍ୱର ମହାନଗର ମେୟର ମାନନୀୟା ଶ୍ରୀମତୀ ସୁଲୋଚନା ଦାସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଶ୍ରୀ ଚଞ୍ଚଳ ରା଼ଣା, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ସମନ୍ୱୟ କମିଟି ସହ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ କାର୍ୟ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
ଚଳିତ ବର୍ଷ ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ଆନନ୍ଦ, ଉଲ୍ଲାସ, ଭାଇଚାର, ଶାନ୍ତି, ମୈତ୍ରୀ, ସହ୍ୱାର୍ଦ୍ଧ ପୁର୍ଣ ବାତାବରଣ ଓ ଆଧ୍ୟାତ୍ମିକ ମନୋଭାବ ସହକାରେ ପାଳନ ନିମିତ୍ତ ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଥିଲା ।
୨୬ ତାରିଖ ମହାଶିବ ରାତ୍ରୀ ଦିବସ ଦିନ ପ୍ରାତ:୩ଘଟିକା ସମୟରୁ ରାତ୍ର ୧୧ଘଟିକା ୩୦ମିନିଟ ଏବଂ ରାତ୍ର ୧୧ଘଟିକା ୩୦ ମିନିଟ ଠାରୁ ପରଦିନ ସକାଳ ୫ଘଟିକା ୧୫ମିନିଟ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ମଙ୍ଗଳା ଆଳତି ଓ ଅବକାଶ, ସାହାଣ ମେଲା ଦର୍ଶନ, ରୋଷ ହୋମ, ଛାମୁ ପରିସ୍କାର, ମହାସ୍ନାନ ଓ ବେଶ, ସୂର୍ୟ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀ ଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଓ ଶ୍ରୀ ଜିଉଙ୍କ ସକାଳ ଧୂପ,ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ,ଭୋଗ ମଣ୍ଡପ, ସାହାଣ ମେଲା ଦର୍ଶନ, ଛାମୁ ପରିସ୍କାର, ଶ୍ରୀ ଜିଉଙ୍କ ବେଶ,ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ଶ୍ରୀ ଜିଉଙ୍କ ଅହୁଡା, ଶ୍ରୀ ଜିଉଙ୍କ ସନ୍ଧ୍ୟା ଆଳତି ଓ ତେରାଫିଟା, ଷ୍ଟି ଜିଉଙ୍କ ମାଜାନା ଓ ବେଶ, ଶ୍ରୀ ଜିଉଙ୍କ ଯାରା ବେଢ଼ା, ଶ୍ରୀ ଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ, ମହାଦୀପ ଦର୍ଶନ, ସାହାଣ ମେଲା ଦର୍ଶନ,, ଭୁବନେଶ୍ୱରୀଙ୍କ ସନ୍ଧ୍ୟା ଧୂପ ଓ ପୂଜା, ଶ୍ରୀ ଜିଉଙ୍କ ଛାମୁ ପରିସ୍କାର, ଚାରି ପ୍ରହର ପୂଜା, ହରିହର ଭେଟ, ବଡ ସିଂହାର ଓ ପହୁଡ ରୀତିନୀତି ଵିଧି ଅନୁଯାଇ ଅନୁଷ୍ଠିତ ହେବ ।
ସେହିପରି ନୁଆ ଚାନ୍ଦୁଆ ଲଗା, ଭାରତୀୟ ପ୍ରତ୍ନ ତତ୍ତ୍ୱ ବିଭାଗ କାର୍ୟ୍ୟ, ବାରିକେଡିଙ୍ଗ ବ୍ୟବସ୍ଥା, ବି ଏମ ସି ଓ ୱାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ସୁଲଭ ଶୌଚାଳୟ, ସ୍କାଉଟ, ରେଡ଼କ୍ରସ ଓ କଲେଜ ଏନ ସି ସି କ୍ୟାଡେଟ ମାନଙ୍କୁ ସ୍ବେଛାସେବୀ ଭାବେ ସାହାୟତା ଲୋଡିବା, ମନ୍ଦିରର ଏକ କିଲୋମିଟର ପରିଧି ମଧ୍ୟରେ ପୂର୍ତ୍ତ, ଏ ଏସ ଆଇ, ପୋଲିସ ପ୍ରଶାସନ ମିଳିତ ତତ୍ୱାବଧାନରେ ଆବଶ୍ୟକ ସ୍ଥାନରେ ସି ସି କ୍ୟାମେରା ଲଗାଇବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ ।
ସେହିପରି କେବୁଲ ଲାଇନ ଓ ପନେଲା ବୋର୍ଡ ଯେତେ ସମ୍ଭବ କମ ବ୍ୟବହାର ପାଇଁ ବୈଠକରେ ନିଷ୍ପତି ନିଆ ଯାଇଥିଲା । ଚଟାଣରେ କାରପେଟ ବିଛା, ପୋଲସ ପ୍ରଶାସନ ପକ୍ଷରୁ ୪୦ପ୍ଳାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଜନିତ ନିଯୁକ୍ତ ହେବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ମନ୍ଦିର ସେବାୟତା ଓ ଭି ଆଇ ପି ମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା । ପ୍ରତ୍ୟୁଷ ୩ଘଣ୍ଟା ୩୦ମି ନିଟରୁ ପୂର୍ବାହ୍ନ ୧୧ଘଟିକା ଏବଂ ସନ୍ଧ୍ୟା ୬ଘଟିକାରୁ ରାତ୍ର ୧୨ ଘଟିକା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ ।
ଜୋତା ଷ୍ଟାଣ୍ଡ ,ଭକ୍ତ ଶ୍ରଦ୍ଧାଲୁ ମାନେ ଯେପରି ବିନା ଦ୍ଵିଧାରେ ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ, ଅଗ୍ନିଶମ ସେବା, ଲାଇଭ ଟେଲିକାଷ୍ଟ, ଆସ୍ଥାୟୀ ସ୍ୱାସ୍ଥ୍ୟ ସେବା, ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅତ୍ୟକ୍ଷବଶ୍ୟକ ସେବା ଉପରେ ଜିଲ୍ଲାପାଳ ଓ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରାପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତା, ସ୍ବେଛା ସେବି କର୍ମକର୍ତା, ତହସିଲଦାର, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଯନ୍ତ୍ରୀ, ସଦସ୍ୟ, ସାଦସ୍ୟା, ମନ୍ଦିର ସେବାୟତ ଯୋଗଦେଥିଲେ ।
