ଭୁବନେଶ୍ୱର,୨୫/୦୫/୨୦୨୫ (ଓଡ଼ିଶା ସମାଚାର)-ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତଙ୍କ ନାମରେ ଯୁକ୍ତରାଷ୍ଟ୍ର ଆମେରିକାର ନୁ୍ୟୟର୍କସ୍ଥିତ ସିଟି ୟୁନିଭରସିଟିରେ ଏକ ଗବେଷଣା ପ୍ରତିଷ୍ଠାନକୁ ନାମିତ କରାଯାଇଛି । ଏହି ଅବସରରେ ତାଙ୍କୁ ସିଟି ୟୁନିଭରସିଟିର ସର୍ବୋଚ୍ଚ ସମ୍ମାନ ପ୍ରେସିଡେନ୍ସିଆଲ ମେଡ଼ାଲ ପ୍ରଦାନ କରାଯାଇଥିବାରୁ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ଓଡ଼ିଶା ସଚେତନ ନାଗରିକ ଫୋରମ ପକ୍ଷରୁ ଅଚୁ୍ୟତ ସାମନ୍ତଙ୍କୁ ହାର୍ଦ୍ଧିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଉଭୟ ଅନୁଷ୍ଠାନର କର୍ମକର୍ତା ଓ ସଭ୍ୟମାନେ ଡ. ସାମନ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ପ୍ରତିନିଧି ଦଳରେ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲିଙ୍କ ସମେତ ଶିକ୍ଷାବିତ୍ ଅଶୋକ ପାଣ୍ଡେ, ଯୁବନେତା ଡଃ ତନ୍ମୟ ସ୍ୱାଇଁ, ଆଇନଜୀବୀ ଅନିଲ ପରିଡ଼ା ଓ ସାମ୍ବାଦିକ ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଡକ୍ଟର ଅଚୁ୍ୟତ ସାମନ୍ତଙ୍କୁ ସମ୍ବର୍ଦ୍ଧନା
