କଟକ ସଦର, ୧୩/୧୨/୨୦୨୪ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ଠାରେ ଏକ କିସାନ କ୍ରେଡିଟ କୋଅପରେଟିଭ୍ ସୋସାଇଟ୍ ଖୋଲି ଜମାକାରୀଙ୍କୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଦୁଇ ବର୍ଷ ତଳେ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ର ଟାଳଟୁଳ ନୀତି ପାଇଁ ଜନୈକ ଜମାକାରୀ ଅଦାଲତ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଙ୍କ ନିର୍ଦେଶ କ୍ରମେ କିଶନନଗର ପୋଲିସ ସିର୍ଲୋ ବ୍ରାହ୍ମଣଖଣ୍ଡ ଗ୍ରାମର ରବିନ୍ଦ୍ରନାଥ ବସ୍ତିଆ(୫୫) ଓ ଶ୍ରୀରାମ ମଲ୍ଲିକ (୫୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଅନ୍ୟ ଦୁଇ ମୂଖ୍ୟ ଅଭିଯୁକ୍ତ ସୁରଥ ପରିଡ଼ା ଓ ତାଙ୍କ ପତ୍ନୀ ସତ୍ୟଭାମା ପରିଡ଼ା ଗିରଫ ଭୟରେ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆଣିଥିବା ଜଣାପଡିଛି।