ସୌଭାଗ୍ୟ ନାରାୟଣ ଛୋଟରାୟଙ୍କୁ ସିନିୟର୍ ଫେଲୋସିପ।

      ଫୁଲନଖରା ୨୪/୦୧/୨୦୨୫ (ଓଡ଼ିଶା ସମାଚାର)-କଟକ ସଦର ଥାନା ଅନ୍ତର୍ଗତ ଗୁଆଳି ଗ୍ରାମର ସୈାଭାଗ୍ୟ ନାରାୟଣ ଛୋଟରାୟଙ୍କୁ ସିନିୟର୍ ଫେଲୋସିପ ସମ୍ମାନ ପ୍ରାପ୍ତ ହୋଇଛି । ଦେଶ ବିଦେଶରେ ସୁନାମ ଅର୍ଜନ ସହ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମର୍ଦ୍ଦଳ ଶିକ୍ଷା କରି ସୌଭାଗ୍ୟ ଦେଶ ବିଦେଶରେ ମଧ୍ୟ ମର୍ଦ୍ଦଳର କଳା କୌଶଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ପିଲାଟି ଦିନରୁ ମର୍ଦ୍ଦଳ ବାଦନ ପ୍ରତି ସ୍ପୃହା ରଖିଥିବା ସୌଭାଗ୍ୟ କେନ୍ଦ୍ର ସରକାରଙ୍କ ଦ୍ଵାରା ଏହି ସମ୍ମାନ ପାଇଛନ୍ତି । ସେ ପିତା ସୁରେନ୍ଦ୍ର ନାଥ ଛୋଟରାୟଙ୍କ ଦ୍ଵାରା ପ୍ରତିଷ୍ଠିତ ସୂର୍ଯ୍ୟ ଗୁରୁକୁଳର ନିର୍ଦ୍ଦେଶକ ଭାବେ  ଅଧୁନା କାର୍ଯ୍ୟରତ । ଗୁରୁକୂଳରେ ଛାତ୍ର ମାନଙ୍କୁ ମର୍ଦ୍ଦଳ ଶିକ୍ଷା ଦେଇ ବହୁ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢି ସେ ଏକ ଉଦାହରଣ ପାଲଟିଛନ୍ତି । ଏହି ସମ୍ମାନ ପାଇବା ପରେ ଅଞ୍ଚଳର ଅନେକ ବିଦ୍ୱାନ, ଶିକ୍ଷାବିତ୍ ଓ ଛାତ୍ର ମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆମ ରାଜ୍ୟ ପାଇଁ ଅଧିକ ସୁନାମ ଓ ଗୌରବ ଆଣି ଦିଅନ୍ତୁ ବୋଲି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *