ଜିଲ୍ଲା ସ୍ତରୀୟ  କୃଷି ଯନ୍ତ୍ରପାତି ମେଳା ର ତୃତୀୟ ଦିନ

ଜଗତସିଂହପୁର,୧୦/୧୨/୨୦୨୪ (ଓଡ଼ିଶା ସମାଚାର)- ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ  ଠାରେ ଡ଼ିସେମ୍ବର ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା  ଜିଲ୍ଲା ସ୍ତରୀୟ  କୃଷି ଯନ୍ତ୍ରପାତି ମେଳା ର ଆଜି ତୃତୀୟ ଦିନରେ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ସମ୍ମାନନୀୟ ଅତିଥି ଭାବେ ପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ, ସଭାପତି ତଥା ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ପ୍ରମୁଖ  ପ୍ରଦର୍ଶନୀ ମଣ୍ଡପ ଗୁଡିକୁ ପରିଦର୍ଶନ କରିଥିଲେ ।

ମୁଖ୍ୟ ଅତିଥି ପ୍ରଫେସର୍ ରାଉଳ ଆଧୁନିକ  ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ମାଧ୍ୟମରେ ଚାଷୀ ମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ଚାଷୀ ମାନଙ୍କୁ ଉପଦେଶ ଦେଇଥିଲେ। ଓଡ଼ିଶାରେ ହେକ୍ଟର ପିଛା ୩.୫ କିଲୋ ୱାଟ ଶକ୍ତି କୃଷି କ୍ଷେତ୍ରରେ ବିନିଯୋଗ ହେଉଥିଲା ବେଳେ ଜଗତସିଂହପୁର ଜିଲ୍ଲାରେ ହେକ୍ଟର ପ୍ରତି ୨.୫ କିଲୋ ୱାଟ ଶକ୍ତି ବିନିଯୋଗ ହେଉଛି । ତେଣୁ ଜିଲ୍ଲାରେ କୃଷି  ଯାନ୍ତ୍ରିକିକରଣ ର ଅନେକ ସୁଯୋଗ ରହିଛି । ଚାଷୀ ଭାଇ ଓ ଭଉଣୀ ମାନେ ଅପିକଲ ସହଯୋଗରେ କଷ୍ଟମ ହାରିଂ ସେଣ୍ଟର୍ (CHC) ର ସୁବିଧା ନେଇ ନିଜ ଚାଷ କାମରେ ଯନ୍ତ୍ରପାତି ବ୍ୟବହାର କରିବା ସଙ୍ଗେ ସଙ୍ଗେ, ଭଡ଼ା ସୂତ୍ରରେ ଲଗାଇ ଲାଭବାନ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ ।

ପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ ଚାଷୀ ମାନେ ନୂତନ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର କରି ଚାଷ କଲେ ବିଭିନ୍ନ ପ୍ରକାରର ଚାଷ ର ଉନ୍ନତି ହେବା ସଙ୍ଗେ ସଙ୍ଗେ  ସେମାନଙ୍କର ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଥିଲେ। ସେହିପରି ସଭାରେ ପୌରୋହିତ୍ୟ କରି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଫାର୍ମ ଯାନ୍ତ୍ରିକିକରଣ ଓ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ର ପ୍ରୋତ୍ସାହନ ଜରିଆରେ ଚାଷୀ ମାନଙ୍କ ଜୀବନ ଜୀବିକା ର ମାନ ର ବୃଦ୍ଧି ଘଟିପାରିବ ବୋଲି କହିଥିଲେ।

କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ରେ  କୃଷି ,ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ମତ୍ସ୍ୟ ,ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ,ଓଡିଶା ମିଲେଟ ମିଶନ ,ଉଠା ଜଳସେଚନ ,ଓରମାସ ,ମିଶନ ଶକ୍ତି ,ସ୍ଵୟଂ ସହାୟକ ଗୋଷ୍ଠୀ ,ଓଡିଶା କୃଷି  ଶିଲ୍ପ ନିଗମ ,ଏନ॰ଜି ॰ଓ ,କୃଷି ଯନ୍ତ୍ରପାତି ବିକ୍ରୟ କରୁଥିବା ଡିଲର ଆଦି ପକ୍ଷରୁ ମୋଟ ୬୦ ଗୋଟି ପ୍ରଦର୍ଶନୀ ଷ୍ଟଲ କରାଯାଇଛି ।

ଜିଲ୍ଲା ସ୍ତରୀୟ  ଏହି ସଭାରେ  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା  ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ମେଳାରେ ଉନ୍ନତ କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ଓ ବିକ୍ରୟ, ସରକାରୀ ଆର୍ଥିକ ସହାୟତା ର ସଚେତନତା, ବ୍ୟାଙ୍କ୍ ସହାୟତା କେନ୍ଦ୍ର ମାଧ୍ୟମ ରେ କୃଷି ଯନ୍ତ୍ରପାତି ପାଇଁ ଋଣ ର ସୁଯୋଗ , ରିହାତି ରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତକାଳ ବୁକିଂ ବ୍ୟବସ୍ଥା, ଅଗ୍ରଣୀ ଚାଷୀ ଙ୍କୁ ସମ୍ବର୍ଦ୍ଧନା ଓ କୃଷକ ପରିଭ୍ରମଣ, ବୈଷୟିକ ଅଧିବେଶନ ସହ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଅଛି।

ସଭା ପରେ ଓଡ଼ିଶା ର ପ୍ରସିଦ୍ଧ ସଙ୍ଗୀତ କଳାକାର ଶ୍ରୀ ଚରଣ ମହାନ୍ତି ଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ସଭାରେ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା , ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ,ଚାଷୀ ,ଏନ॰ଜି॰ଓ  ର କର୍ମକର୍ତ୍ତା ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *