ଶ୍ରୀଜଗନ୍ନାଥ ଭକ୍ତି ସମ୍ମିଳନୀ

ଭୁବନେଶ୍ୱର,୧୦/୧୨/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ, ଓଡ଼ିଶା, ଭୁବନେଶ୍ୱର ଆନୁକୂଲ୍ୟରେ କିସ୍ ଶ୍ରୀବାଣୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ପରିସରରେ ‘ଶ୍ରୀଜଗନ୍ନାଥ ଭକ୍ତି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭକ୍ତି ସମ୍ମିଳନୀକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାରାଜ ଉଦଘାଟନ କରିଥିଲେ । ବାବା ସଚିଦାନନ୍ଦ ଦାଶ ମହାରାଜ କିସ୍ ର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ, ଡଃ ହରେକୃଷ୍ଣ ଶତପଥୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ଚିନ୍ମୟ ମିଶନ ପଟିଆଲା ପଞ୍ଜାବ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲାରୁ ୬୦ ମନ୍ଦିରର କର୍ମକର୍ତା ସମେତ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାରକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉଦ୍ଧ୍ୱର୍ ଭକ୍ତ ଯୋଗଦେଇ ଜଗନ୍ନାଥ ଜୟଧ୍ୱନି ଦେଇଥିଲେ । ଉକ୍ତ ସମ୍ମିଳନୀକୁ ସଂସ୍ଥାର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ସଂଚାଳନ ଓ ସଂଯୋଜନା କରିଥିଲେ ଓ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *