ବିଭିନ୍ନ ବିଦ୍ୟାଳୟରେ ଗଜ ଉତ୍ସବ ପାଳନ

ରାଉରକେଲା,୧୦/୧୨/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-ରାଉରକେଲା ବନ ବିଭାଗ, ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ ଓ ଆର୍ଥ କ୍ରୃସେଡର ସଂଗଠନ ର ମିଳିତ ଆନୁକୂଲ୍ୟରେ ଗଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବନରକ୍ଷୀ ଅଲିଅଳ ବେହେରା ଙ୍କ ପରିଚାଳନାରେ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଓ ସେକ୍ଟର ୧୬ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚଳଚ୍ଚିତ୍ର ପ୍ରଦର୍ଶନୀ, ବତ୍କୃତା ଉପସ୍ଥାପନା, କୁଇଜ୍ ପ୍ରତିଯୋଗିତା  ଓ ଚିତ୍ରାଙ୍କନ ପ୍ରତିଯୋଗିତା ଦ୍ବାରା ହାତୀ ର ଉପକାରିତା ତଥା ହାତୀଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ସେକ୍ଟର ୬ ର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର, ସେକ୍ଟର ୧୬ ର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ଦ୍ବିବେଦୀ ଅତିଥି ଭାବେ ଓ ଆର୍ଥ କ୍ରୃସେଡର ସଂସ୍ଥାର ରାକେଶ ସାହୁ, ସୁରଜିତ ନାୟକ, ଆକାଶ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବନରକ୍ଷୀ ଅଲିଅଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *