ଢେଙ୍କାନାଳ ମହୋତ୍ସବ ଚତୁର୍ଥ ସଂଖ୍ୟା

 ଡେଙ୍କାନାଳ, ୨୪/୦୧/୨୦୨୬ (ଓଡ଼ିଶା ସମାଚାର)- ମହିଷାପାଟଠାରେ ଚାଲିଥିବା ଢେଙ୍କାନାଳ ମହୋତ୍ସବର ଚତୁର୍ଥ ସଂନ୍ଧ୍ୟା ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ୧୦ ବର୍ଷ ପରେ ଏହି ଉତ୍ସବ ପୁଣି ଆରମ୍ଭ ହେବା ଜିଲ୍ଲାବାସୀଙ୍କ ପାଇଁ ସୁଭାଗ୍ୟ ବୋଲି କହିଥିଲେ। ଆଜି ଫିଏମ ସୋନିଧି କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରାଯାଇଛି। ଯାହା ଉଠାଦୋକାନୀଙ୍କୁ ସ୍ଵାବଲମ୍ବି କରିପାରିବ। ଶୁଭଦ୍ରା ଯୋଜନା ରାଜ୍ୟରେ ମହିଳାଙ୍କୁ ସ୍ଵାବଲମ୍ବି କରିଛି । ଲକ୍ଷପତି ଦିଦି ସୃଷ୍ଟି ପରିବାରର ତଥା ସମାଜର ଆର୍ଥିକ ଅଭିବୃଦ୍ଧି ଘଟାଇପାରିଛନ୍ତି । ଏହି ବିକାଶର ଧାରା ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ।

ଅନ୍ୟତମ ଅତିଥିଭାବେ ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ, ଢେଙ୍କାନାଳ ମାଟି ଶାନ୍ତ, ଶରଳ, ବୀରତ୍ଵର ମାଟି। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଏ ଜିଲ୍ଲାକୁ ଅନନ୍ୟ ପରିଚୟ ଦେଇଛି। ବାଜିରାଉତ, ମହିମା ଧର୍ମ ମହାନ ବାର୍ତ୍ତା ଦେଉଛି। ବର୍ତ୍ତମାନ ସୁଦେଶୀ ଆନ୍ଦୋଳନରେ ସାମିଲ ହେବାର ସମୟ ଆଶିଛି । ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ବ୍ୟବହାର କରାଗଲେ ଆର୍ଥିକ ଅଭିବୃଦ୍ଧି ଘଟିବ । ସମୃଦ୍ଧ ରାଜ୍ୟ ଓ ସମୃଦ୍ଧ ଦେଶ ଗଠନ ହୋଇପାରିବ ବୋଲି କହିଥିଲେ । ମା, ମାଟି ଓ ମାତୃଭାଷା ପ୍ରତି ଭଲ ପାଇବା ରହିଲେ ଜାତିର ବିକାଶ ହୁଏ ବୋଲି କହିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ବିକାଶ ସମ୍ପର୍କରେ ବଖାଣିଥିଲେ । ଗଁଦିଆକୁ ଏନଏସି ମାନ୍ୟତା ମିଳିଥିବାରୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଢେଙ୍କାନାଳ ସହରର ମାଷ୍ଟର ପ୍ଲାନ, ସୁରେଜ, ଡ୍ରେନ ଏବଂ ପାନୀୟ ଜଳର ବ୍ୟବସ୍ଥା ପାଇଁ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ । ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ସ୍ଵାଗତ ବକ୍ତବ୍ୟ ଦେଇଥିଲେ ।

 ଅନ୍ୟତମ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନଙ୍କର, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲଳିତ ମୋହନ ବେହେରା, ଆରସିସିଏଏଫ ସଂଞ୍ଜୟ କୁମାର ସ୍ଵାଇଁ ଯୋଗଦେଇଥିଲେ। ଆରସିସିଏଏଫ ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *