ଅଶୋକ ଦାସ ସଭାପତି ଓ ବସନ୍ତ ଜେନା ସଂପାଦକ ଭାବେ ପୁନଃ ମନୋନୀତ
କଟକ ସଦର,୧୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତର ଦାମୋଦରପୁର-୨ ରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ନାଗେଶ୍ଵର ନାଥଙ୍କ ମନ୍ଦିର ପରିଚାଳନା କମିଟି ଇତିମଧ୍ୟରେ ପୁନଃର୍ଗଠିତ ହୋଇଛି। ଏହି ଅବସରରେ ଗତ ରବିବାର ଦିନ ମନ୍ଦିର ପରିସରରେ ସ୍ଥାନୀୟ ବୁଦ୍ଧିଜୀବୀ, ଶ୍ରଦ୍ଧାଳୁ ଓ ସେବାୟତ ମାନଙ୍କୁ ନେଇ ପରିଚାଳନା କମିଟି ସଭାପତି ବରିଷ୍ଠ ଆଇନିଜିଵୀ ଅଶୋକ ଦାସ ଙ୍କ ପୈ।ରୋହିତ୍ୟରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଆଗାମୀ ଦିନ ପାଇଁ ସର୍ବସମ୍ମତିକ୍ରମେ ପରିଚାଳନା କମିଟି ପୁନଃର୍ଗଠିତ ହୋଇଛି। ଏଥିରେ ସଭାପତି ଭାବେ ଆଇନିଜିଵୀ ଅଶୋକ ଦାସ ସଭାପତି ଓ ବସନ୍ତ ଜେନା ସଂପାଦକ ଭାବେ ପୁନଃ ମନୋନୀତ ହୋଇଥିବା ବେଳେ ଉପସଭାପତି ପ୍ରଫୁଲ୍ଲ ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ନନ୍ଦ,ସହ ସଂପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସରୋଜ ସାହୁ,ସହ କୋଷାଧ୍ୟକ୍ଷ ରବିନ୍ଦ୍ର ମହାପାତ୍ର ମନୋନୀତ ହୋଇଛନ୍ତି। ଏଥିରେ ଉପଦେଷ୍ଟା ମଣ୍ଡଳୀରେ ପୂର୍ବତନ ସରପଂଚ ଙ୍କ ପ୍ରତିନିଧି ନିମାଇଁ ମହାପାତ୍ର, ପୂର୍ବତନ ସରପଂଚ ଦେବବ୍ରତ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ଜେନା, ପ୍ରଭାତ ତରାଇ,ବିଜୟ ଜେନା, ପ୍ରଶାନ୍ତ ସାହୁ, ମଦନମୋହନ ପରିଡ଼ା,ପୂର୍ଣ୍ଣାନନ୍ଦ ପରିଡ଼ା, ସୋମନାଥ ସାହୁ,ଞ୍ଜାନରଂଜନ ବେହେରା, ପୀତବାସ ନାୟକ, ମୁକୁନ୍ଦ ମହାରଣା ନିରଞ୍ଜନ ନାୟକ ଙ୍କ ସହିତ ସଂଯୋଜକ ଭାବେ ଗଗନ ଦଳାଇ ଓ ଭ୍ରମରବର ନାୟକଙ୍କୁ ମନୋନୀତ କରାଯାଇଥିବା ସଂପାଦକ ବସନ୍ତ କୁମାର ଜେନାଙ୍କ ଠାରୁ ଜଣାପଡିଛି।