ଲକ୍ଷ୍ମୀପୁର,୧୩/୦୯/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ଆଜି ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗର ଯୁବ ରେଡକ୍ରସ ୟୂନିଟ ତରଫରୁ “ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ୨୦୨୫” ପାଳିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ ଚିକିତ୍ସକ ଡଃ.ଦେବେଷ ଚନ୍ଦ୍ର ବେହେରା ରିସୋର୍ସ ପର୍ସନ ଭାବେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ମାନେ କଣ? ଏହା କେଉଁ ପ୍ରକାରର ସମସ୍ୟା ପାଇଁ ଦରକାର? ସେ ସମ୍ବନ୍ଧିତ ବିଭିନ୍ନ ସୂଚନା ପ୍ରଦାନ କରିବା ସହ କିପରି ସି.ପି.ଆର୍. କରାଯାଇ ଜଣେ ମଣିଷର ଜୀବନ ବଞ୍ଚାଇ ହେବ ସେ କୌଶଳ ଡେମୋ ମାଧ୍ୟମରେ ବର୍ଣ୍ଣନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ,ଜୟଶ୍ରୀ କରସୁଧା ପଟ୍ଟନାୟକ,ଅଧ୍ୟାପିକା ମଧୁସ୍ମିତା ବିଶ୍ବାଳ,ହେଲେନା ପ୍ରିୟ ଦର୍ଶିନୀ ସିଂ, ମହିମା ରାଣୀ ରାଜୁ,ଅଙ୍କିତା ଔ।ଡେକା, ସଂଗୀତା ନାଗ ଅଧ୍ୟାପକ ଶୀତଳ ପ୍ରସାଦ ଦାସ, ତାରେଣୀ ଶତପଥୀ, ରମାକାନ୍ତ ଖରା, ବବଲୁ ବେନିଆ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଓ ଅଧ୍ୟାପିକା ସନ୍ତୋଷିନୀ ଦାସ,ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଯ୍ୟୋଧନ ସାହୂ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
