ଖୋର୍ଦ୍ଧା, ୧୯/୧୨/୨୦୨୩ (ଓଡ଼ିଶା ସମାଚାର/ ହିମାଂଶୁ ଭୁଷଣ ଚମ୍ପତିରାୟ) – ଆଜି ଓଡିଶା ମିଳିତ ପାଚିକା ସହାୟକ ସଂଗଠନ ସହବନ୍ଧିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ ଆଇ ୟୁ ଟିୟୁସି ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି।ଏ ନେଇ ପୂର୍ବାହ୍ନ ରେ ସଂଗଠନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ରୁ ବାହାରି ଖୋର୍ଦ୍ଧା କୋର୍ଟ ଓ ପୁରୁଣା ମେଡିକାଲ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଆସିଥିଲା। ପାଚିକା ମାନେ ବାରମ୍ବାର ନିଜର ନାଯ୍ୟ ଦାବି ପୂରଣ ପାଇଁ ଦାବି କରୁଥିଲେ ମଧ୍ୟ ସରକାର ସେମାନଙ୍କ ଦରମା ବୃଦ୍ଧି କରୁନାହାନ୍ତି।ସେମାନେ ମାତ୍ର ୧୪ ଶହ ଟଙ୍କାରେ କାମ କରୁଛନ୍ତି।ସେମାନଙ୍କୁ ୧୦ ମାସ ବଦଳ ରେ ୧୨ ମାସର ଦରମା ପ୍ରଦାନ,ସ୍କୁଲ ବନ୍ଦ ଓ ମିଶ୍ରଣ ଫଳରେ ବାଦ ପଡିଥିବା ପାଚିକା ମାନଙ୍କୁ ଅନ୍ୟତ୍ର ନିଯୁକ୍ତି,ମଧ୍ୟାହ୍ନ ଭୋଜନ ବ୍ୟତୀତ ଅନ୍ୟାନ୍ୟ କାର୍ୟ୍ୟରେ ପାଚିକା ଙ୍କୁ ନ ଲଗେଇବା,ଆଦି ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି କାର୍ୟ୍ୟକ୍ରମ ରେ ସଂଗଠନର ରାଜ୍ୟ ନେତା ପୂର୍ଣ୍ଣ ଚନ୍ଦ୍ର ବେହେରା,ଜିଲ୍ଲା ପାଚିକା ସଂଘ ସଭାପତି ଅଶୋକ ସାହୁ,ରଂଯୁକ୍ତା ଗୁରୁ,ମମତା ଚମ୍ପତି ପ୍ରମୁଖ ଉପସ୍ଥିତ ରହି ନିଜର ମତ ବକ୍ତବ୍ୟ ରଖିଥିଲେ। ଯଦି ଏହି ଦାବି ପ୍ରତି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।