ଜିଲ୍ଲାପ୍ରଶାସନ ର ଲିଖତ ପ୍ରତିଶୃତି ପରେ ବେଣାପୁର ଜାତୀୟରାଜପଥ ରାସ୍ତାନିର୍ମାଣ ଦାବି ରେ ରାସ୍ତାରୋକ ଆନ୍ଦୋଳନ ସ୍ଥଗିତ.

କୋରାଇ,୦୪/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ବେଣାପୁର ସ୍ଥିତ ୨୦ ନମ୍ବର ଜାତୀୟରାଜପଥ ଓଭରବ୍ରିଜ କାର୍ୟ୍ୟକ୍ଷମ କରିବା ଓ ତଳ ବାଇପାସ ର ମରଣ ଯନ୍ତା ରାସ୍ତା ର ସ୍ଥାୟୀ ନିର୍ମାଣ ଦାବିରେ କୋରାଇ ସଂଗ୍ରାମ ସମିତି ପକ୍ଷରୁ ଡ଼ିସେମ୍ବର ୫ ରାସ୍ତାରୋକ ଆନ୍ଦୋଳନ କୁ ଆଖିଆଗରେ ରଖି ଯାଜପୁର ଜିଲ୍ଲାପାଳ ପି. ଅନୁଷା ରେଡି ଙ୍କ ନିର୍ଦେଶ କ୍ରମେ ଆଜି ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ ଙ୍କ ତତ୍ଵାବଧାନ ରେ ସଭା ଗୃହରେ ଜାତୀୟ ରାଜପଥ କର୍ତୃପକ୍ଷ, ସ୍ଥାନୀୟ ପୋଲିସ, ଓପିଟିସିଏଲ ଓ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ଉପସଭାପତି ରାମଚନ୍ଦ୍ର ଦାଶ ଓ ସମ୍ପାଦକ ପଦ୍ମନାଭ ନାୟକ ପ୍ରମୁଖ ମିଳିତ ଆଲୋଚନା ଓ ବେଣାପୁର ରାସ୍ତାସ୍ଥଳ ପରିଦର୍ଶନ କରିଥିଲେ । ୨୦ ନମ୍ବର ଜାତୀୟ ରାଜପଥ ର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ନାୟକ କୋରାଇ ଥାନା ଆରକ୍ଷୀ ନିରୀକ୍ଷକ ସଞ୍ଜୟ କୁମାର ପରିଡା.,ବ୍ୟାସନଗର ସହକାରୀ ତହସିଲଦାର ପ୍ରସନ କୁମାର ମହାନ୍ତି , ଓପିଟିସିଏଲ. ଅଧିକାରୀ ସେଠାରେ ଥିବା ବିଦ୍ୟୁତଲାଇନ କୁ ସ୍ଥାନାନ୍ତର ଓ ଘରୋଇ ଜମି ଅଧିଗ୍ରହଣ ଓ ସମ୍ପୂର୍ଣ ଅଞ୍ଚଳ କୁ ଆଲୋକିତ କରିବା ପାଇଁ ତୁରନ୍ତ ପଦକ୍ଷପ ନେଇ ଓଭର ବ୍ରିଜ କାର୍ୟ୍ୟକ୍ଷମ ହେବା ସମ୍ପର୍କରେ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି ଙ୍କୁ ବ୍ୟାସନଗର ତହସିଲଦାର ଦିବାଶିଷ ରାଉତ ଏକ ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ସଂଗ୍ରାମ ସମିତି ପକ୍ଷରୁ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *