ଭୁବନେଶ୍ୱର, ୨୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ ଭବନର ହସ୍ତକ୍ଷେପ ପରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଆସିଷ୍ଟାଂଟ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀବିହାରର ଜନୈକା ସ୍ନାତକତ୍ତୋର ଛାତ୍ରୀ ଆନାଲିଟିକାଲ ଆଣ୍ଡ ଆପ୍ଲାଏଡ ଇକୋନମିକସ୍ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ଼. ଅଟଳ ବିହାରୀ ଦାସଙ୍କ ଦ୍ୱାରା ନିଯ୍ୟାତନାର ଶିକାର ହେବା ଖବର ଗଣମାଧ୍ୟମରେ ଖବର ପ୍ରକାଶନ ଏବଂ ଜନୈକା ଛାତ୍ରୀଙ୍କ ଅଭିଯୋଗକୁ ଭିତିକରି ରାଜ ଭବନ ପକ୍ଷରୁ ଘଟଣାରେ ହସ୍ତକ୍ଷେପ କରାଯାଇଥିଲା । ଏ ସମ୍ପର୍କରେ ଉତ୍କଳ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷଙ୍କ ଠାରୁ ସତ୍ୟ ଆଧାରିତ ରିପୋର୍ଟ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ତଲବ୍ କରାଯାଇଥିଲା । ଫଳସ୍ୱରୂପ ଉତ୍କଳ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱାରା ଚଳିତ ସେପ୍ଟେମ୍ବର ୧୮ ତାରିଖ ଦିନ ଆନାଲିଟିକାଲ ଆଣ୍ଡ ଆପ୍ଲାଏଡ ଇକୋନମିକ୍ସ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ଼. ଅଟଳ ବିହାରୀ ଦାସଙ୍କୁ ନିଲମ୍ବନ କରାଯାଇଛି ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ