ଚିର ନିଦ୍ରାରେ ମୂର୍ତ୍ତି କାରିଗର ଯଶୋବନ୍ତ,କୁହୁଣ୍ଡାରେ ଶୋକର ଛାୟା 

ମାହାଙ୍ଗା, ୦୯/୬/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ’ ଦାଣ୍ଡ । ବାପ-ମାଆ ଥାଉ ଥାଉ ପୋଷଣା ହାରି ପୁଅ ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯିବ ଏକଥା କେହି କଳ୍ପନା କରିନଥିଲେ । ଦାଣ୍ଡ ଦୁଆରେ ଛୋଟ ଛୋଟ ଦୁଇ ଝିଅ ଓ ଏକମାତ୍ର ପୁଅଙ୍କ ଆଖି ଆଗରେ ବାପାଙ୍କ ମୃତ ଦେହ ପଡିରହିଥିଲା । ମୁଣ୍ଡ ବାଡେଇ କାନ୍ଦୁଥିଲା ବିଧବା ପତ୍ନୀ । ଘର,ବାହାର,ସାଇ-ଭାଇ,ସମସ୍ତଙ୍କ ଆଖିରୁ ଝରୁଥିଲା ଲୁହ । ସବୁଠି ଶୋକାକୁଳ ପରିବେଶ  ।

ଅଳ୍ପଦିନ ତଳେ ହୃଦଘାତ ଯୋଗୁଁ ଯଶୋବନ୍ତଙ୍କୁ କଟକର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।  କୋଠପଦା ଅଂଚଳର ଯଶୋବନ୍ତଙ୍କ ପରିବାର,ପିଢ଼ି ପିଢ଼ି ଧରି ମୂର୍ତ୍ତି କାରିଗର ଭାବେ କାର୍ଯ୍ୟ କରିଆସୁଥିଲେ ।  ଏଭଳି ଏକ ଦୁଖଦଃ ଖବର ପାଇବା ମାତ୍ରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ସ୍ବର୍ଗତ ଯଶୋବନ୍ତଙ୍କ ଅମର ଅମୃତ ଆତ୍ମାର ସଦଗତି କାମନା କରିବା ସହିତ,ତା’ଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନ ଜଣାଇଥିଲେ ।

କୁଣ୍ଡି ସେବା ସମବାୟ ସମିତି ସଭାପତି ତଥା ସାମ୍ବାଦିକ ଅଖିଳେଶ ମହାନ୍ତି ଯଶୋବନ୍ତଙ୍କ ମର ଦେହକୁ କାନ୍ଧଦେଇ ବିରୂପା ନଦୀର ଛନ୍ଦା ଘାଟ ସ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ ଓ ତା’ଙ୍କ ସହିତ ସମାଜସେବୀ ନିରଞ୍ଜନ ମୁଦୁଲି, ସୁଧାଂଶୁ ପାଣି,ବାସୁଦେବ ପୃଷ୍ଟି, ଦୀପକ ରଞ୍ଜନ ଦାସ,ଖଗେଶ୍ୱର ସାହୁ,ବିଜୟ କୁମାର ଦାସ,ଲକ୍ଷ୍ମଣ ଓଝା,ବିଜୟ ପୃଷ୍ଟି,ମନ୍ଦରଧର ମହାନ୍ତି, ଅଜୟ ନାୟକ,ଅଜୟ ସ୍ୱାଇଁ,ମନୋଜ ଯେନା, ଜାବେଦ ଖାଁ,ରବୀନ୍ଦ୍ର ସାହୁ,ଅବଦୁଲ ହମିଦ,ବାସବ ବେହେରା,ପଞ୍ଚାନନ ସ୍ୱାଇଁ ପ୍ରମୁଖ ସ୍ଥାନୀୟ ଅଂଚଳର ବହୁ ସାଧାରଣ ଜନତା ଶବ ଶୋଭାଯାତ୍ରାରେ ସାମିଲ ହେବା ଦେଖିବାକୁ ମିଳିଥିଲା ।ଯଶୋବନ୍ତଙ୍କ ବିୟୋଗରେ କୁହୁଣ୍ଡା ପଞ୍ଚାୟତ ସମିତିସଭ୍ୟା ସୁପ୍ରଭା ସାମଲ, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ପଣ୍ଡିତ ବିଜୟ କୁମାର ଦାଶ, ଶିକ୍ଷାବିତ କିଶୋର ଚନ୍ଦ୍ର ଦାଶ, ଜୟଦେବ ମହାନ୍ତି, କେଦାରେଶ୍ୱର ପୁହାଣ, ରାଜା ବେହେରା,ପଦନ ଘଡେଇ,ଗୌରୀଶଙ୍କର ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *