ଗୁରୁ ଅବତରଣ ମହୋତ୍ସବ ଅବସରରେ ସ୍ବାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହେବ

ବ୍ରହ୍ମପୁର, ୧୯/୧୧/୨୦୨୩ (ଓଡ଼ିଶା ସମାଚାର)-ଆସ୍କା ରୋଡ଼ ସ୍ଥିତ ପାଣିଗ୍ରାହୀ ପେଣ୍ଠ ସାହି ରଘୁନାଥ ମନ୍ଦିର ପରିସରରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଗୁରୁ ଅବତରଣ ଦିବସ ଅବସରରେ ଅନୁଭବି ଓ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ତିନି ଦିନ ବ୍ୟାପୀ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ କରାଯିବ। ଏହି କାର୍ଯ୍ୟକ୍ରମରେ ଭେଷଜ ବିଭାଗର ପ୍ରଫେସର ଡଃ କରୁଣାକର ଦାସ, ଆୟୁଷ୍ମାନ ମେଡିକାଲ ୩୬୦ର ଅନୁଭବି ଡ଼ାକ୍ତର ଓ ସହଯୋଗୀଙ୍କ ଦ୍ବାରା ମେଡିସିନ, ଦନ୍ତ ଚିକିତ୍ସା, ଫିଜିଓଥୋରାପି ଏବଂ ଆୟୁର୍ବେଦ ଚିକିତ୍ସା କରାଯିବା କାର୍ଯ୍ୟକ୍ରମ ରହିଛି। ସେହିପରି ୨୦ ତାରିଖ ସୋମବାର ଦିନ ଗୁରୁ ପୂଜନ ଓ ଗୁରୁ ଆର୍ଶିବଚନ କାର୍ଯ୍ୟକ୍ରମ ସହ ସହସ୍ରାଧିକ ଭକ୍ତଙ୍କ ପାଇଁ କାର୍ତ୍ତିକ ମାସ ହବିଷ୍ୟାଳି ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ମଙ୍ଗଳବାର ୨୧ ତାରିଖ ଦିନ ରୁବି ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଅବସରପ୍ରାପ୍ତ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡଃ ବି. ନାଗେଶ୍ଵର ରାଓ ସୁବୁଦ୍ଧି ଏବଂ ସହଯୋଗୀଙ୍କ ଦ୍ବାରା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଛି। ଏହି ମହୋତ୍ସବ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦାନ କରି ସ୍ବାସ୍ଥ୍ୟ ଶିବିରରେ ପରିକ୍ଷା କରାଇବା ସହ ଗୁରୁଜୀ ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀଙ୍କ ଠାରୁ ଜ୍ଞାନ ମୃତ ଓ ଶୁଭାର୍ଶୀବାଦ ଲାଭ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବିନିତ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *