ଜଗତସିଂହପୁର ୧୧/୮/୨୦୨୪ (ଓଡ଼ିଶା ସମାଚାର)-ଚଳିତ ବର୍ଷ ସ୍ଵାଧୀନତା ଦିବସ ୨୦୨୪ ଉପଲକ୍ଷେ ଜିଲ୍ଲାରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ୟ୍ୟନ୍ତ ହର ଘର ତିରଙ୍ଗା କାର୍ୟ୍ୟକ୍ରମ ଆୟୋଜିତ କରାଯିବ। ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ କାର୍ୟକ୍ରମ ଅଗଷ୍ଟ ୧୩ ତାରିଖ ଦିନ ସକାଳ ଘ ୮.୦୦ମି ରେ କଲେଜ ଛକ ଠାରୁ ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟ ପର୍ୟ୍ୟନ୍ତ ତିରଙ୍ଗା ଯାତ୍ରା ଆୟୋଜିତ ହେବ, ଯେଉଁ ଥିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ନେହେରୁ ଯୁବ କେନ୍ଦ୍ର,ସ୍ପୋର୍ଟସ ଆସୋସିଏସନ ର ସଦସ୍ୟ ମାନେ ଭାଗନେବେ।ଅଗଷ୍ଟ ୧୪ ତାରିଖରେ ତିରଙ୍ଗା ମିନି ମାରାଥନ ଆୟୋଜନ କରାଯିବ। ଅଗଷ୍ଟ ୧୫ ତାରିଖ ଦିନ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ର ଜନସାଧାରଣ ହର ଘର ତିରଙ୍ଗା କାନଭାସ ରେ ଜୟ ହିନ୍ଦ/ ହର ଘର ତିରଙ୍ଗା ଲେଖିବେ ଓ ଅତିଥି ମାନଙ୍କ ଦ୍ଵାରା ଜିଲ୍ଲା ର ବରପୁତ୍ର ମାନଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ କରାଯିବ।ମିଶନ ଶକ୍ତି ବିଭାଗର ବ୍ଲକ ସ୍ତରୀୟ ଫେଡେରେସନ୍ ଙ୍କ ଦ୍ଵାରା ତିରଙ୍ଗା ପତାକା ,ବ୍ୟାଜ,ଟାଟୁ, ଉତ୍କଳପ୍ରସଙ୍ଗ ଆଦି ଜିଲାସ୍ତରୀୟ ସ୍ଵାଧୀନତା ଦିବସ ଅବସରରେ ବିକ୍ରୟ କରାଯିବ।ଏଠାରେ ଜନସାଧାରଣ ଙ୍କ ନିମନ୍ତେ ହର ଘର ତିରଙ୍ଗା ତିଆରି ସେଲ୍ଫି ପଏଣ୍ଟ ରଖାଯିବ ଯେଉଁଠାରେ ସେମାନେ ତିରଙ୍ଗା ପତାକା ସହ ସେଲ୍ଫି ଉଠାଇ ପାରିବେ ।ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମ ରେ ଜିଲ୍ଲାର ପଦ୍ମଶ୍ରୀ ଉପାଧିଧାରୀ, ଓ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବେ।ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ସାନ୍ଧ୍ୟ କାଳୀନ ସାଂସ୍କୃତିକ କାର୍ୟ୍ୟକ୍ରମ ଅବସରରେ ସ୍ଥାନୀୟ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ତିରଙ୍ଗା କନସର୍ଟ ଆୟୋଜନ କରାଯିବ। ସମସ୍ତ ବିଡିଓ ମାନେ ଏ ସମର୍କରେ ଜନସାଧାରଣଙ୍କୁ ମାଇକ, ଫ୍ଲେକ୍ସ ବ୍ୟାନର, ଷ୍ଟାଣ୍ଡି ପ୍ରଦର୍ଶନ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ସଚେତନ କରାଇବେ ।ଜିଲ୍ଲାର ଘରେ ଘରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଜାତୀୟ ପତାକା ବିତରଣ କରାଯିବ। ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ ସହ ସେଲ୍ଫି ନେବେ।ଆମ ଜିଲ୍ଲାରେ ଦେଢ଼ ଲକ୍ଷ ତୀରଙ୍ଗା ପତାକା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ବ୍ଲକୱାରୀ ବଣ୍ଟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।