ଜଗତପୁର ଥାନା ଅଞ୍ଚଳ ରେ ଚାଞ୍ଚଲ୍ୟ : ବାରବର୍ଷ ବାଳକ କୁ ନିର୍ମମ ହତ୍ୟା

ସାଲେପୁର,୧୭/୧୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ଷଷ୍ଠ ଶ୍ରେଣୀ ରେ ପଢ଼ୁଥିବା ବାର ବର୍ଷ ର ଛାତ୍ରକୁ ନିର୍ମମ ଭାବେ ହତ୍ୟାକରି ପୋଖରୀ ହୁଡାରେ ଫିଙ୍ଗି ଦିଆଯିବା ଘଟଣା ସାଲେପୁର ବ୍ଲକ ତଥା ଜଗତପୁର ଥାନା ପୂର୍ବକଛ ପଂଚାୟତ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ମୁତାବକ ଗତକାଲି ରାତିରୁ ପୂର୍ବକଛ ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ବେହେରା ନିଖୋଜ ଥିଲା ।  ପରିବାର ଲୋକେ ଖୋଜା ଖୋଜି ପରେ ପାଇନଥିଲେ  । ମାତ୍ର ଆଜି ସକାଳୁ ଗ୍ରାମର ଚନ୍ଦନ ପୋଖରୀ ହୁଡାରେ ତାର ରକ୍ତାକ୍ତ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ  ।  ଘଟଣା ସମ୍ପର୍କରେ ଜଗତପୁର ଥାନାରେ ଏତଲା ପରେ ପୋଲିସ ଟିମ ପହଁଞ୍ଚି ତଦନ୍ତ ଜୋରଦାର କରିଛି  ।

Leave a Reply

Your email address will not be published. Required fields are marked *