ସ୍ୱର୍ଗତ ଡଃ ବିଧାନ ମିଶ୍ର ଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ଢେଙ୍କାନାଳ, ୦୧/୧୨/୨୦୨୪ (ଓଡ଼ିଶା ସମାଚାର)- ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନ୍ଜୀବୀ ଓ ସାହିତି୍ୟକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ୭୯ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱର୍ଗତ ଡଃ. ମିଶ୍ରଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷାବିତ୍ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ, ଡଃ ମିଶ୍ର ଜଣେ ସାଲିସ୍ ବିହିନ ନେତା ଥିଲେ । ସ୍ପଷ୍ଟବାଦିତା ତାଙ୍କର ଧର୍ମ ଥିଲା । ମକୁଟ ବିହୀନ ସମ୍ରାଟ ଭାବରେ ଢେଙ୍କାନାଳ ଜିଲାର ସ୍ୱାର୍ଥ ପାଇଁ ସେ ଲଢେଇରେ ସବୁବେଳେ ଆଗରେ ରହୁଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ କାର୍ଯ୍ୟ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ସ୍ୱର୍ଗତ ବିଧାନ ଚନ୍ଦ୍ର ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ରହିଥିଲେ । ଢେଙ୍କାନାଳ ଜିଲାର ସଂସ୍କୃତି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଜି ତାଙ୍କ ଆବର୍ତମାନରେ ଜିଲା ତାଙ୍କୁ ଝୁରୁଛି ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ସେହିପରି ନିଜ ଗବେଷଣା ମାଧ୍ୟମରେ ସେ କବି ବ୍ରଜନାଥ ବଡଜେନାଙ୍କୁ ଢେଙ୍କାନାଳ ମାଟିର ବରପୁତ୍ର ବୋଲି ପ୍ରମାଣିତ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ସମବାୟବିତ୍ ସଭାପତିତ୍ୱ କରିଥିବାବେଳେ କବି ତଥା ବରିଷ୍ଠ ସାମ୍ବାଦିକ ଅଥୟ ସାହୁ ମଂଚ ପରିଚାଳନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲା ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ରତନ ନାୟାର, ସଂପାଦକ ସତ୍ୟ ସ୍ୱରୂପ ଦାସ, ନାଟ୍ୟକାର ଦିନେଶ ଦାସ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଶ୍ୱନାଥ ବେହେରା, ବରିଷ୍ଠ ସାମ୍ବାଦିକ ରାଜଶ୍ରୀ ଶତପଥୀ, ମହିମା ନାଟ୍ୟ ସମ୍ମାନ ହାସ୍ୟ ଅଭିନେତା ଅରବିନ୍ଦ ସାହୁ, ଜୁବୁଲି ଟାଉନ୍ ପୂଜା କମିଟି ସଂପାଦକ ତଥା ସାମ୍ବାଦିକ ବିନୋଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରାଉତ, ଶିକ୍ଷାବିତ୍ ଜୟଦେବ ଶତପଥୀ, ଆଡଭୋକେଟ୍ କାମାକ୍ଷା ରଣା, ସାମ୍ବାଦିକ ଲକ୍ଷ୍ମୀକାନ୍ତ ସାହୁ, ଆଶିଷ ଶତପଥୀ, ସୁଜାତା ସାହୁ, ଅମୂଲ୍ୟ ସାହୁ, ସର୍ବେଶ୍ୱର ବ୍ରହ୍ମ, ଆଦର୍ଶ ସାହୁ, ଗୋପିନାଥ ବେହେରା, ଦେବକାନ୍ତ ମିଶ୍ର, ଦେବାଶିଷ ମିଶ୍ର ପ୍ରଭୃତି ଉପସ୍ଥିତ ଥିଲେ । ଶେଷରେ ମଂଚ କଳାକାର ମନୋହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *