କୃଷକ ଦିବସରେ ୨୦ ଜଣ ସଫଳ ଚାଷୀ ସମ୍ମାନିତ  

ଆଠଗଡ ୨୦/୦୪/୨୦୨୬ (ଓଡ଼ିଶା ସମାଚାର)-   ଆଠଗଡ ବ୍ଲକ ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟାରେ ୨୦ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରିଛି ବିଜୁ କୃଷକ ଜନତା ଦଳ । ସ୍ଥାନୀୟ ଇଚ୍ଛାପୁର ପଞ୍ଚାୟତର ଗୁଦୁପଡା ଗ୍ରାମ ରେ ବିଜୁ କୃଷକ ଜନତା ଦଳ ସଭାପତି ସୁବାସ ଚନ୍ଦ୍ର ପାଳ ସଭାପତିତ୍ୱ ରେ ଆକ୍ଷିମୁଠିର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପୁତ୍ର ତଥା ଯୁବ ଆଇନୀଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜମିରେ ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରି କୃଷକ ଦିବସ ଓ ଅକ୍ଷୟ ତୃତୀୟା କେଉଁ ଆବାହମାନ କାଳରୁ ଚଳିଆସୁଛି ଯାହାକୁ ଆମର ଚାଷୀଭାଇ ମାନେ ତଥା ଆମେମାନେ ପାଳନ କରୁଛେ ।

ଏହି ପବିତ୍ର ପର୍ବଟି କୃଷି, କୃଷକ ଓ ଜଗନ୍ନାଥ ସଂସ୍କୃତି ପାଇଁ ମହାନ ଦିନ ୨୦୧୩ ରାଜ୍ୟ ସରକାର କୃଷି ପାଇଁ ସ୍ଵତନ୍ତ୍ର ବଜେଟ ଆଠଶହ କୋଟି କରିଥିବା ବେଳେ ୨୦୨୪  ବର୍ଷ ଏହା ଚବିସି ଶହ କୋଟିରେ ପହଁଚିଛି, କିନ୍ତୁ ଆଜିର ସରକାର କୃଷି ବଜେଟ କୁ ସାଧାରଣ ବଜେଟ ରେ ମିଶାଇ ଦେଇଛନ୍ତି ସରକାର ଘରୋଇ କମ୍ପାନୀର ସ୍ୱାର୍ଥ କୁ ଗୁରୁତ୍ୱ ଦେଇ ଚାଷୀ ମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ଆଠଗଡ଼ କୃଷି ସୂଚନା ପରାମର୍ଶ କେନ୍ଦ୍ର ର ସଭାପତି ରବୀନ୍ଦ୍ର ନାଥ ରାଉତ ଯୋଗଦେଇ  କୃଷି ବିଭାଗ ତରଫରୁ ମିଳୁଥିବା ସରକାରୀ ସାହାଯ୍ୟ ଓ ରିହାତି ଚାଷୀ ଭାଇ ମାନେ ନେବା  ଦରକାର ଆଠଗଡ ର ପନିପରିବା ସାରା ଓଡ଼ିଶା ରେ ବିକ୍ରି ହେଉଛି ଯାହାକି ପନିପରିବା କୁ ନେଇ ସାରା ଓଡ଼ିଶା ତଥା ଦେଶରେ ଆଠଗଡର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରିଛି ବୋଲି ପ୍ରକାଶ କରିଥିଲେ ।

କୃଷକ ନେତା ନିରାକାର ଲେଙ୍କା, ଅତିଥି ପରିଚୟ କରିଥିଲେ ଅନ୍ୟତମ ଅତିଥି ତିନି ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ରବାଘ ଏକ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା ଅନ୍ୟତମ ଅତିଥି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର,  ପୂର୍ବତନ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡା,ଇଛାପୁର ସରପଞ୍ଚ କବିରାଜ ସାହୁ   ରାମଚନ୍ଦ୍ର ସାହୁ ମଳୟ ସାହୁ ସନ୍ତୋଷ ଖଟୁଆ ଦେବରାଜ ସାମଲ , ଯୋଗଦାନ କରି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପରେ ଆଲୋକପାତ କରିଥିଲେ।  ଆଠଗଡ଼ ବ୍ଲକ କୋଡିଏ ଜଣ ସଫଳ ଚାଷୀ ଭାସ୍କର ସ୍ୱାଇଁ ଗୁଦୁପଡା ପ୍ରତାପ ଘଟୁଆଳ, ସୁଧାକର ରାଉତ, ପ୍ରତାପ ସାହୁ, ତାପସ କୁମାର ଖଟୁଆ, ସୁବାସ ଚନ୍ଦ୍ର ନାୟକ, ଦିଲ୍ଲୀପ କୁମାର ଘଟୁଆଳ, ମଦନ ନାୟକ, ଶମ୍ବୁନାଥ ସେଠି, ଗୋଲକ ବିହାରି ଗାଁଆନ, ପ୍ରତିରଞ୍ଜନ ଖୁଣ୍ଟିଆ, କେଶବ ଚନ୍ଦ୍ର ସେଠି, ଶରତ ଚନ୍ଦ୍ର ମହାନ୍ତି, ରବୀନ୍ଦ୍ର ରାଉତ, ବିଦ୍ୟଧର ପ୍ରଧାନ, ଧୈର୍ଯ୍ୟଧର ନାୟକ, ବ୍ରହ୍ମପୁର ର ପ୍ରତାପ କୁମାର ପରିଡା, ଧୂରୁଷିଆର  ଚତୃଭୂଜ ସାହୁ ପ୍ରମୁଖଙ୍କୁ ମୁଖ୍ୟ ଅତିଥି  ସମ୍ମାନିତ କରିଥିଲେ।

Leave a Reply

Your email address will not be published. Required fields are marked *